fbpx
BSKY SKY
BSKY SKY

ଫେରିବେ କି ଜାଡେଜା-ହୋଲ୍ଡର? ତୃତୀୟ ମ୍ୟାଚ ପାଇଁ କ’ଣ ରହିପାରେ Playing 11?

BSKY

ନୂଆଦିଲ୍ଲୀ: ଆଜି ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳିବ ଭାରତୀୟ ଦଳ । ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ସହ ଟ୍ରଫିକୁ ନିଜ କବଜାରେ କରିଛି ଟିମ ଇଣ୍ଡିଆ । ତେଣୁ ଆଜିର ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ କ୍ଲିନ ସ୍ୱିପ କରିବା ଲକ୍ଷ୍ୟରେ ରହିବ । ସେପଟେ ତ୍ୟତୀୟ ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ୱେଷ୍ଟଇଣ୍ଡିଜ ଚେଷ୍ଟା କରିବ । ତେଣୁ ସମ୍ଭବତଃ ଆଜିର ମ୍ୟାଚରେ କିଛି ପରିବର୍ତ୍ତନ ହେବା ନେଇ ଆଶା ରହିଛି । -ତେବେ ଆସନ୍ତୁ ଜାଣିବା ଆଜିର ମ୍ୟାଚରେ କ’ଣ ରହିପାରେ ଉଭୟ ଦଳର ପ୍ଲେଇଙ୍ଗ ୧୧ ।

ଆଜିର ମ୍ୟାଚ ଜିତିଲେ ଭାରତ ପାଖରେ ୱେଷ୍ଟଇଣ୍ଡିଜରେ ଇତିହାସ ରଚିବାର ଏକ ବଡ ସୁଯୋଗ ରହିବ । ୱେଷ୍ଟଇଣ୍ଡିଜରେ ଏହା ଭାରତର ପ୍ରଥମ କ୍ଲିନ ସ୍ୱିପ ହେବ । ତେବେ ଆହତ ହୋଇ ବାଦ ପଡିଥିବା ରବିନ୍ଦ୍ର ଜାଡେଜା ଏହି ମ୍ୟାଚରେ କମବ୍ୟାକ କରିପାରନ୍ତି । ସେପଟେ କରୋନା ସଂକ୍ରମିତ ୱେଷ୍ଟଇଣ୍ଡିଜର ଜାସନ ହୋଲ୍ଡର ମଧ୍ୟ ଦଳକୁ ଫେରି ପାରନ୍ତି ବୋଲି ଆଶା କରାଯାଉଛି । ଏହାବ୍ୟତୀତ ଭାରତର ଯୁବ ତାରକା ଅର୍ଶଦୀନ ସିଂହଙ୍କୁ ଏହି ମ୍ୟାଚରେ ସୁଯୋଗ ଦେଇପାରନ୍ତି ଅଧିନାୟକ ଶିଖର ଧୱନ । ଏହାବ୍ୟତୀତ ପ୍ରସିଦ୍ଧ କୃଷ୍ଣା ମଧ୍ୟ ଆବେଶ ଖାନଙ୍କୁ ରିପ୍ଲେସ କରିପାରନ୍ତି ।

Why Ravindra Jadeja not playing today: Why is Jason Holder not playing  today's 1st ODI between West Indies and India in Port of Spain? - The  SportsRush

ଅନ୍ୟ ପକ୍ଷରେ ବାଂଲାଦେଶ ବିପକ୍ଷ ସିରିଜ କ୍ଲିନ ସ୍ୱିପ ହେବା ପରେ ଭାରତ ବିପକ୍ଷରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ତେବେ ଭଲ ପ୍ରଦର୍ଶନ ପରେ ମଧ୍ୟ ଉଭୟ ମ୍ୟାଚରେ ଦଳକୁ ପରାଜୟର ସାମନା କରିବାକୁ ପଡିଛି । ତେବେ ଆସନ୍ତୁ ଦେଖିବା ଆଜିର କ’ଣ ରହିପାରେ ଉଭୟ ଦଳର ପ୍ଲେଇଙ୍ଗ ୧୧….

ୱେଷ୍ଟଇଣ୍ଡିଜର ପ୍ଲେଇଙ୍ଗ ୧୧:

ଶାଇ ହୋପ(ୱିକେଟ କିପର), ବ୍ରାଣ୍ଡନ କିଙ୍ଗ, ଶମାର ବ୍ରୁୁକ୍ସ, କାଇଲ ମେୟର୍ସ, ନିକୋଲସ ପୁରନ(ଅଧିନାୟକ), ରୋବମାନ ପାୱେଲ, ରୋମାରିଓ ଶେଫର୍ଡ/ ଜାସନ ହୋଲ୍ଡର, ଅକିଲ ହୁସେନ, ଅଲଜରୀ ଜୋସେଫ, ଗୁଡାକେଶ ମୋତି ଏବଂ ଜେଡେଡ଼ ସିଲ୍ସ/ କିମୋ ପାଲ୍

ଭାରତର ପ୍ଲେଇଙ୍ଗ ୧୧:

ଶିଖର ଧୱନ(ଅଧିନାୟକ), ଶୁଭମନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ସଞ୍ଜୁ ସାମସନ(ୱିକେଟ କିପର), ଅକ୍ଷର ପଟେଲ/ ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ପ୍ରସିଦ୍ଧ କୃଷ୍ଣା/ ଆବେଶ ଖାନ, ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସିରାଜ

Get real time updates directly on you device, subscribe now.