fbpx

ଯୁକ୍ତଦୁଇ ରେଜଲ୍ଟ: କେଉଁଠୁ କେତେ ପାସ୍ କଲେ, ମୋଟ ପାସ୍ ହାର କେତେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆନୁଷ୍ଠାନିକ ରେଜଲ୍ଟ ଘୋଷଣା କରିଛନ୍ତି । ବିଜ୍ଞାନରେ ୯୪.୧୨ ଓ ବାଣିଜ୍ୟରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବିଜ୍ଞାନର ୭୮ ହଜାର ୭୭ ଜଣ ଓ ବାଣିଜ୍ୟର ୨୪ ହଜାର ୧୩୬ ଜଣ ଛାତ୍ରଛାତ୍ରୀଙ୍କୁ ମିଶାଇ ପାଖାପାଖି ୧ ଲକ୍ଷ ପରୀକ୍ଷାର୍ଥୀଙ୍କର ରେଜଲ୍ଟ ପ୍ରକାଶ ପାଇଛି ।

ଏଥର ବିଜ୍ଞାନରେ ୭୨ ହଜାର ୧୦୬ ଜଣ ପାସ କରିଛନ୍ତି । ସେଥିରୁ ୪୫ ହଜାର ୫୮୬ ଜଣ ବାଳକ ପାସ କରିଥିବା ବେଳେ ସେମାନଙ୍କର ପାସ ହାର ରହିଛି ୯୩.୮ ପ୍ରତିଶତ । ସେହିପରି ୩୨ ହଜାର ୫୧୯ ଜଣ ବାଳିକା ପାସ କରିଥିବା ବେଳେ ସେମାନଙ୍କର ପାସ ହାର ୯୪.୫୨ ପ୍ରତିଶତ ରହିଛି । ପ୍ରଥମ ଶ୍ରେଣୀରେ ୫୦ ହଜାର ୧୫୭ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ଜଣ ଓ ତୃତୀୟ ଶ୍ରେଣୀରେ ୬ ହଜାର ୯୧୦ ଜଣ ପାସ୍ କରିଛନ୍ତି ।

ଏଥର ୩୯୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ ହୋଇଛି । ୧୧୨୪ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ନୟାଗଡ଼ ଜିଲ୍ଲାର ରେଜଲ୍ଟ ସର୍ବାଧିକ ୯୯.୧୧ ପ୍ରତିଶତ ରହିଥିବା ବେଳେ କନ୍ଧମାଳର ରେଜଲ୍ଟ ସର୍ବନିମ୍ନ ୭୬.୮୧ ପ୍ରତିଶତ ରହିଛି । ବାଣିଜ୍ୟରେ ୨୧ ହଜାର ୧୬୫ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ପାସ ହାର ରହିଛି ୮୯.୨ ପ୍ରତିଶତ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୦ ହଜାର ୮୬୩, ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଓ ତୃତୀୟ ଶ୍ରେଣୀରେ ୫୨୪୨ ଜଣ ପାସ୍ କରିଛନ୍ତି ।

Get real time updates directly on you device, subscribe now.