fbpx
BJD SKY
BJD SKY

ତିନି ମାସରେ ସମାଧାନ ହେବ ଡ୍ରାଇଭର ମହାସଂଘର ଦାବି! ମୁଖ୍ୟ ଶାସନ ସଚିବଙ୍କ ବୈଠକ ପରେ ନିଷ୍ପତି

BJD

ଭୁବନେଶ୍ୱର: ବୁଧବାର ଠାରୁ ଆରମ୍ଭ ହୋଇଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ଦୁଇ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ଖବର ଆସୁଛି ଯେ ୩ ମାସ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ସମାଧାନ ହେବ । ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତି ହୋଇଛି। ନିଷ୍ପତି ସମ୍ପର୍କରେ ଓଡ଼ିଶା ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାସଂଘ ଆବାହକଙ୍କୁ ଚିଠି ଲେଖାଯାଇଛି । ଏହି ଆଲୋଚନାରେ ଡ୍ରାଇଭର ମହାସଂଘର ସଦସ୍ୟ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି।

ଅନ୍ୟପଟେ ରାଜ୍ୟରେ ଡ୍ରାଇଭର୍‍ମାନଙ୍କ ଆନ୍ଦୋଳନକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିରୋଧୀ ଦଳର ବିଧାୟକଙ୍କ ହଟ୍ଟଗୋଳ ପରେ ରୁଲିଂ ଦେଇଛନ୍ତି । ଏହି ମାମଲରେ ସେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଡ୍ରାଇଭର୍‍ମାନଙ୍କ ସହ ଆଲୋଚନା କରି ଆସନ୍ତାକାଲି ଏ ସମ୍ପର୍କରେ ଗୃହରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ହୋଇଥିଲା । ବାଚସ୍ପତି ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡକାଇଥିଲେ । ଏହାପରେ ବାଚସ୍ପତି ବିଭୀଗୀୟ ମନ୍ତ୍ରୀଙ୍କୁ ଗୃହରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.