fbpx

ଝରକାରୁ ଆସୁଥିବା ସୂର୍ଯ୍ୟ କିରଣରେ ବାସ୍ତବରେ ଥାଏ ତ ଭିଟାମିନ୍ D ? ଜାଣନ୍ତୁ ବିଶେଷଜ୍ଞ କଣ କହୁଛନ୍ତି

ନୂଆଦିଲ୍ଲୀ: ପିଲାଟି ବେଳରୁ ଆମେ ଶୁଣିଛୁ ଯେ ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଉ ଆମକୁ ଭିଟାମିନ୍ ଡି ସୂର୍ଯ୍ୟ କିରଣରୁ ମିଳେ । ତେବେ ଭିଟାମିନ ଡି ପାଇଁ ଯାହା କେବଳ ହାଡ, ଦାନ୍ତ ଏବଂ ମାଂସପେଶୀକୁ ମଜବୁତ ହୁଏ ନାହିଁ ବରଂ ଶରୀରକୁ କ୍ୟାଲସିୟମ ଏବଂ ଫସଫରସ୍ ଭଳି ଉପାଦାନ ମଧ୍ୟ ମିଳେ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼େଇଥାଏ ଏବଂ ରୋଗକୁ ଶରୀରଠାରୁ ଦୂରରେ ରଖେ । ଭିଟାମିନ୍ ଡି ର ଅଭାବ ହେତୁ ଆପଣଙ୍କୁ ପିଠି ଯନ୍ତ୍ରଣା, ଥକାପଣ, ଦୁର୍ବଳତା, ଉଦାସୀନତା, କେଶ ଝଡିବା ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

ଆମେ ସମସ୍ତେ ଜାଣୁ ଯେ ସୂର୍ଯ୍ୟକିରଣ ହେଉଛି ଭିଟାମିନ୍ ଡି ର ସର୍ବୋତ୍ତମ ଉତ୍ସ, ତେଣୁ ଏହାକୁ ‘ସୂର୍ଯ୍ୟକିରଣ’ ଭିଟାମିନ୍ ଡି ମଧ୍ୟ କୁହାଯାଏ । ଏହା ମାନବ ଶରୀରର ଭିଟାମିନ୍ ଡି ର ଦୈନନ୍ଦିନ ଆବଶ୍ୟକତା କିପରି ପୂରଣ କରେ ଏବଂ ସୂର୍ଯ୍ୟ କିରଣରୁ ଆମେ କେତେ ଭିଟାମିନ୍ ଡି ପାଇପାରିବା, ଏହାକୁ ନେଇ ବିଶେଷଜ୍ଞଙ୍କ ମତ ଜାଣିବା ଜରୁରୀ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଝରକାରୁ ଆସୁଥିବା ସୂର୍ଯ୍ୟ କିରଣ ମଣିଷକୁ ଭିଟାମିନ୍ ଡି ପ୍ରଦାନ କରିନଥାଏ । ସୂର୍ଯ୍ୟକିରଣ ପ୍ରକୃତରେ ଆପଣଙ୍କୁ ଭିଟାମିନ୍ ଡି ଯୋଗାଏ ନାହିଁ, କିନ୍ତୁ ଆପଣଙ୍କ ଶରୀର ଭିଟାମିନ୍ ଡି ଉତ୍ପାଦନ କରେ। ଯେତେବେଳେ ଚର୍ମ ସୂର୍ଯ୍ୟର ଅତିବାଇଗଣି ରଶ୍ମି ସହିତ ସଂସ୍ପର୍ଶରେ ଆସେ, ଏହା ଶରୀରରେ ଭିଟାମିନ୍ ଡି ତିଆରି କରିବାର ପ୍ରକ୍ରିୟା ଆରମ୍ଭ କରେ । ଏହା ପରେ, ଆପଣଙ୍କ ଶରୀର ଏହାକୁ କ୍ୟାଲସିୟମ୍ ଅବଶୋଷଣ ପାଇଁ ଏବଂ ହାଡର ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧକ ଶକ୍ତି, ହରମୋନ୍ ସନ୍ତୁଳନ ପାଇଁ ବ୍ୟବହାର କରିବା ଆରମ୍ଭ କରେ।

ଏହା ସହିତ ଆପଣ କେଉଁ ଜଳବାୟୁରେ ରୁହନ୍ତି ତାହା ମଧ୍ୟ ନିର୍ଭର କରେ। ଏହା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ସୂର୍ଯ୍ୟ କିରଣ ପାଉ ନାହାନ୍ତି, ତେବେ ଆପଣଙ୍କୁ ଅତି କମରେ ୧୫ ମିନିଟ୍ ରୁ ଏକ ଘଣ୍ଟା ସୂର୍ଯ୍ୟ କିରଣ ଆବଶ୍ୟକ । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଅନୁଯାୟୀ ଭିଟାମିନ୍ ଡି ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟ୍ ପରିମାଣ ପରିଚାଳନା ଏବଂ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ହାଡ, ଦାନ୍ତ ଏବଂ ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଏହା ବହୁତ ଆବଶ୍ୟକ।

ଏବଂ ଏହାର ଅଭାବରେ ପିଲାମାନଙ୍କଠାରେ ରିକେଟ୍ ଏବଂ ବୟସ୍କମାନଙ୍କଠାରେ ଅଷ୍ଟିଓମାଲାସିଆ ଭଳି ହାଡ ରୋଗ ଦେଖାଯାଇପାରେ । ଏହା ବ୍ୟତୀତ ଥକାପଣ, ଦୁର୍ବଳତା, ହାଡ ଯନ୍ତ୍ରଣା, ମାଂସପେଶୀ ଦୁର୍ବଳତା, ଭୋକ ନଷ୍ଟ ହେବା ଭଳି ଲକ୍ଷଣ ଦେଖିବାକୁ ମିଳେ ।

Get real time updates directly on you device, subscribe now.