fbpx

ଏମାନଙ୍କୁ ହିଁ କୁହନ୍ତି ଦଣ୍ଡା ବାଳୁଙ୍ଗା: ଆରେ ପିଲାମାନେ ମରଣକୁ ଟିକେ ଡର, ରେଲୱେ ଟ୍ରାକ୍ କ’ଣ ତୁମ ଗାଁ କ୍ରିକେଟ ପଡ଼ିଆ

ନୂଆଦିଲ୍ଲୀ: ଆଜିକାଲିର ଉଦଭ୍ରାନ୍ତ ଯୁବକମାନଙ୍କ କଥା ନ କହିବା ଭଲ । କିଏ ଶହେ ସ୍ପିଡରେ ଗାଡ଼ି ଚଳାଇ କାହାକୁ ପିଟିଲାଣି ତ କିଏ ସରକାରୀ ନିୟମ କାନୁନକୁ ଉଲ୍ଲଂଘନ କଲାଣି । ତେବେ ଏପରି ଭାବେ ରେଲୱେ ନିୟମ ଭାଙ୍ଗିବା ତିନିଜଣ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଯୁବକମାନେରେଳ ଟ୍ରାକରେ ବାଇକ ଷ୍ଟଣ୍ଟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ମୁତାବକ, ଉତ୍ତରପ୍ରଦେଶର ବୁଲନ୍ଦଶହର ସ୍ଥିତ କକୋଡ଼ା ଥାନା ଅଞ୍ଚଳରେ ଥିବା ରେଲୱେ ଷ୍ଟେସନରେ ଏହି ଘଟଣା ଘଟିଛି । ପୋଲିସ ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହ ସେମାନଙ୍କର ବାଇକକୁ ସିଜ୍ କରିଛି । ଆଜିକାଲି ସୋସିଆଲ ମିଡ଼ିଆରେ ନୂଆ ନୂଆ ଷ୍ଟଣ୍ଟ ସବୁ ଦେଖିବାକୁ ମିଳୁଛି । ତେଣୁ ଏହି ଯୁବକମାନେ କିଛି ୟୁନିକ୍ ଷ୍ଟଣ୍ଟ କରିବା ଲକ୍ଷ୍ୟରେ ରେଲ ଟ୍ରାକ ଉପରେ ବାଇକ୍ ରାଇଡିଂ କରିଥିଲେ ।

ତେବେ ଯୁବକମାନେ ରେଲୱେ ଟ୍ରାକରେ ବାଇକ ଷ୍ଟଣ୍ଟ କରୁଥିବା ସମୟରେ ସେମାନଙ୍କର ଜୀବନକୁ ତିଳେହେଲେ ଭୟ ନଥିଲା । ଯଦି ସେ ସମୟରେ ଏକ ଟ୍ରେନ ଆସିଥାନ୍ତା, ତେବେ ତିନିଜଣଙ୍କର ମୃତ୍ୟୁ ନିଶ୍ଚିତ ଘଟିଥାନ୍ତା । ତିନି ଜଣ ଯୁବକ ବାଇକ୍ ଷ୍ଟଣ୍ଟ ଦେଖାଉଥିବା ବେଳେ ଅନ୍ୟ ଜଣେ ତାହାକୁ ରେକର୍ଡ କରୁଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଯୁବକମାନଙ୍କୁ ଚିହ୍ନଟ କରିବା ସହ ଚାଲାଣ କାଟିଛି ।

Get real time updates directly on you device, subscribe now.