fbpx

ବାରବାଟୀ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

କଟକ,୧୬ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ମ୍ୟାଚ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଓସିଏ ସହ ଅନୁବନ୍ଧିତ ସଙ୍ଗଠନ ଓ କ୍ଲବକୁ ମିଳିଛି ଟିକେଟ୍ । ଆସନ୍ତା ୧୯ ତାରିଖରେ ବାରବାଟିର ଟିକେଟ୍ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି କରାଯିବ । ବାରବାଟିର ଦର୍ଶକ କ୍ଷମତା ପ୍ରାୟ ୪୩ ହଜାର ୯୨୯ ରହିଛି । ଏଥର ବାରବାଟି ଟିକଟ ଉପରେ ଲାଗୁଛି ୧୮ ପ୍ରତିଶତ ଟିକସ । ତେଣୁ ଟିକଟ ଦାମ ସହିତ ଦର୍ଶକଙ୍କୁ ଗଣିବାକୁ ପଡିବ ଜିଏସଟି ।

ତେବେ ଆସନ୍ତା ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଓସିଏ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଇଛି। ବିଶେଷକରି ଏଥର ଦର୍ଶକଙ୍କ ପାଇଁ ‘ଫ୍ୟାନ୍ ଜୋନ୍‌’ର ବନ୍ଦୋବସ୍ତ କରାଯାଇଛି । ଯେଉଁ ଦର୍ଶକମାନେ ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବାରୁ ବଞ୍ଚିତ ହେବେ, ସେମାନେ ବାହାରେ ବଡ଼ ସ୍କ୍ରିନ୍ ଦ୍ୱାରା ଏହାର ଭରପୂର ମଜା ଉଠାଇ ପାରିବେ । ଏହା କେବଳ ଷ୍ଟାଡିୟମ ବାହାରେ ନୁହେଁ, ବରଂ ସହରର ଅନ୍ୟ କିଛି ସ୍ଥାନରେ ଏହି ଏଲଇଡି ସ୍କ୍ରିନ୍ ଲାଗିବ । ଏହା ଦ୍ୱାରା ଶହଶହ ଦର୍ଶକ ମ୍ୟାଚ୍ ଦେଖିପାରିବେ ।

Get real time updates directly on you device, subscribe now.