fbpx
BJD SKY
BJD SKY

କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ଇ-ଟିକେଟ ବ୍ୟବସ୍ଥା, ଏଣିକି ଆଉ ରୋଗୀଙ୍କୁ କରିବାକୁ ପଡିବ ନାହିଁ ଅପେକ୍ଷା

BJD

ଭୁବନେଶ୍ୱର:ବର୍ତ୍ତମାନ ସବୁ ଠାରେ ଅନଲାଇନ ଟିକେଟ ବୁକିଙ୍ଗର ଯୁଗ ଚାଲିଛି । କାହାରିକୁ ଆଉ ଲାଇରେ ଛିଡା ହେବା ପସନ୍ଦ ନୁହେଁ । ଏହି ଧାଡିରେ ଛିଡା ହେବେ ନାହିଁ ବୋଲି ଦର୍ଶକ ଅନଲାଇନରେ ସିନେମା ଟିକେଟ୍ ଠାରୁ ଆରମ୍ଭ କରି ଟ୍ରେନ ଟିକେଟ୍ ପର୍ଯ୍ୟନ୍ତ ବୁକ କରୁଛନ୍ତିି । ଆଉ ଏବେ ଏହି ସୁବିଧା ଆପଣଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ମିଳିବ । ଆପଣ ଚାହିଁଲେ ଅନଲାଇରେ ଟିକେଟ ବୁକ କରି ପାରିବେ । ଆଉ ଏଥିପାଇଁ ଆପଣଙ୍କୁ ଲମ୍ବା ଲାଇନରେ ମଧ୍ୟ ଛିଡା ହେବାକୁ ପଡିବ ନାହିଁ । କାରଣ ଆଗରୁ ଯେତେବେଳେ କୌଣସି ସରକାରୀ ହସ୍ପିଟାଲକୁ ଯିବା କଥା ଭାବିଲେ ସବୁଠାରୁ ପ୍ରଥମେ ଆମକୁ ଗୋଟିଏ ଚିନ୍ତା ଆସେ ସେ ହେଉଛି ‘କେତେ ଲମ୍ବା ଲାଇନ ଲାଗିଥିବ,’ ‘ ଏବେ କେତେ ସମୟ ଧାଡିରେ ଛିଡା ହେବାକୁ ପଡିବ’ ବହୁ ସମୟ ନଷ୍ଟ ହେଇଯିବ, କିନ୍ତୁ ଏବେ ଏହି ସବୁ ସମସ୍ୟା ଆଉ ଦେଖିବାକୁ ମିଳିବ ନାହିଁ । ନା ଆପଣଙ୍କୁ ଲମ୍ବା ଧାଡିରେ ଛିଡା ହେବାକୁ ପଡିବ ନା ଆପଣଙ୍କ ସମୟ ନଷ୍ଟ ହେବ । ଆପଣ ଆରମରେ ଯାଇ ନିଜର ଚିକିତ୍ସା ହୋଇ ପାରିବେ ।

ଭୁବନେଶ୍ୱରରେ ପ୍ରଥମ କରି କ୍ୟାପିଟାଲ ହସ୍ପିଟାଲରେ ଏହି ପାଇଲଟ ପ୍ରକଳ୍ପର ଆରମ୍ଭ କରାଯାଇଛି । ଜାନୁୟାରୀ ୯ ତାରିଖ ଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । କେବଳ ଏତିକି ନୁହେଁ ବହୁ ଲୋକ ଏହି ସୁବିଧାର ଫାଇଦା ମଧ୍ୟ ଉଠାଉଛନ୍ତି ।

ରୋଗୀ ତଥା ତାଙ୍କ ସମ୍ପର୍କୀୟ WWW.eswastya.odisha.gov.in ରେ ଲଗିନ କରି ସେଠାରେ ନିଜର ତଥ୍ୟ ଆଉ ବିଭାଗ କୁ ଚୟନ କରିବେ । ତାପରେ ତାରିଖ ଦେଇ ଟିକେଟ ବୁକ୍ କରିପାରିବେ । ସେଠାରେ ଆସିଥିବା ଫାଇଲ କୁ ପ୍ରିଣ୍ଟ ବାହାର କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏଥପାଇଁ ହସ୍ପିଟାଲରେ ଏକ କିଓସ୍କ ମେସିନ ସ୍ଥାପନ କରାଯାଇଛି। ଲୋକ ମାନେ କ୍ୟୁଆର କୋଡ କୁ ସ୍କାନ କରିପାରିବେ । ଏଠାରେ ସେହି କୋଡ କୁ ସ୍କାନ କରି ପ୍ରିଣ୍ଟ ବାହାର କରିହେବ ।

ତେବେ ଏହି ସୁବିଧା କେବଳ ରବିବାର କୁ ଛାଡ଼ିଦେଲେ ସପ୍ତାହର ଅନ୍ୟ ଦିନ ମାନଙ୍କରେ ଉପଲବ୍ଧ ରହିବ। ପ୍ରତିଦିନ ୩ ଟା ରୁ ୫ ଟା ପର୍ଯ୍ୟନ୍ତ ରୋଗୀ ମାନେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏନେଇ ପ୍ରତିଦିନ ରାତି ୧୨ ଟା ରୁ ଆରମ୍ଭ ହୋଇ ତାପରଦିନ ସନ୍ଧ୍ୟା ୫ ଟା ମଧ୍ୟରେ ବିଭିନ୍ନ ବିଭାଗରେ ଟିକେଟ ବୁକ୍ କରିହେବ । ସୂଚନାମୁତାବକ କଟକ ବଡ଼ ମେଡିକାଲ ପରେ ଏବେ କେବଳ କ୍ୟାପିଟାଲ ହସ୍ପିଟାଲ ରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି ।

Get real time updates directly on you device, subscribe now.