fbpx

ପୃଥିବୀର ସବୁଠାରୁ ଭଲ ରେଷ୍ଟୁରାଣ୍ଟ ନୋମା, ବନ୍ଦ ହୋଇଯିବ ଆରବର୍ଷ

ଡେନମାର୍କ: ଦୁନିଆର ସବୁଠାରୁ ଭଲ ରେଷ୍ଟରାଣ୍ଟ କଥା କହିଲେ ଆମେ ୫ଷ୍ଟାର ହୋଟେଲ କଥା ଭାବିଥାଉ । ହେଲେ ନୋମା ରେଷ୍ଟୁରାଣ୍ଟ ତାହା ନୁହେଁ । ଦୀର୍ଘ ୨୦ ବର୍ଷ ପୂର୍ବେ ଏହି ରେଷ୍ଟୁରାଣ୍ଟ ଡେନମାର୍କର ରାଜଧାନୀ କପିଳେନ୍ଦ୍ରଠାରେ ଖୋଲାଯାଇଥିଲା । ନୋମା ରେଷ୍ଟରାଣ୍ଟ ଏହି ନାମ ଥରେ ନୁହେଁ ବହୁତ ଥର ପାଇଛି । ଏହି ରେଷ୍ଟୁରାଣ୍ଟଟି ଏହାର ଅଭୁତ ଏବଂ ମହଙ୍ଗା ଖାଦ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ବର୍ତ୍ତମାନ ଚିନ୍ତାର ବିଷୟ ହେଉଛି ଯେ, ଏହା ଆରବର୍ଷ ବନ୍ଦ ହେବାକୁ ଯାଉଛି ।

ଏହି ରେଷ୍ଟୁରାଣ୍ଟ ତାର ଇନଷ୍ଟାଗ୍ରାମ ପେଜରେ କହିଛି ଯେ, ‘ ଆମେ ନୋମା ସହ ଯୋଡ଼ି ହେବା ପାଇଁ ନୋମାକୁ ପରିବର୍ତ୍ତନ କରିବାକୁ ପଡ଼ିବ । ୨୦୨୪ ଶୀତ ଋତୁ ହେବ ନୋମାର ଶେଷଦିନ । ଆମେ ୨୦୨୫ରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ । ତାହା ହେଲା, ନୋମା ୩.୦ । ଏହା ଏକ ବିଶାଳ ଏବଂ ନୂଆ ରୂପରେ ତିଆରି ହେବ ।

ସିଏନଏନ ରିପୋର୍ଟ ମୁତାବକ, ନୋମା ସେପର୍ଯ୍ୟନ୍ତ ସମସ୍ତ ଗେଷ୍ଟଙ୍କୁ ପପ୍ ଅପରେ କିମ୍ବା ଭଲ ଭଲ ଦିନରେ ଡ଼ାକିବ । ଏହି ରେଷ୍ଟୁରାଣ୍ଟ ନିଜର କ୍ରିଏଟିଭ ଡିସ, ଯେପରିକି ମହୁମାଛି ପଲିଥିନ,ହରିଣ ମସ୍ତିସ୍କ କଷ୍ଟାର୍ଡ ତଥା ରାଇସ ଆଇସ୍କ୍ରିମ ଭଳି ରେସିପି ପାଇଁ ସେ ପ୍ରସିଦ୍ଧ । କରୋନା ସମୟରେ ଏହା ୬ମାସ ପାଇଁ ବନ୍ଦ ଥିଲା । ନୋମା ରେଷ୍ଟୁରାଣ୍ଟ ୨୦୨୦ ମସିହାରେ କେବଳ ବର୍ଗର ଏବଂ ୱାଇନ ବାର ଥିଲା । ତାଙ୍କର ପ୍ରାୟତଃ ସମୟ ନୂତନ ପ୍ରୋଜେକ୍ଟ, କିପରି ବିକଶିତ କରିବେ ସେହି ଆଇଡ଼ିଆରେ ବିତିଥାଏ ।

 

View this post on Instagram

 

A post shared by noma (@nomacph)

Get real time updates directly on you device, subscribe now.