fbpx
BJD SKY
BJD SKY

ହକି ବିଶ୍ୱକପ୍ ୨୦୨୩: ଆସନ୍ତାକାଲି କଟକରେ ଅଧାଦିନ ଛୁଟି ରହିବ ସ୍କୁଲ

BJD

ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ୱ କପ ହକି ଓଡିଶାରେ ଆୟୋଜନ ହୋଇଛି । ଫଳରେ ଏହାକୁ ନେଇ କଟକ ଭୁବନେଶ୍ୱର ରାଉରକେଲା ସମେତ ଅନେକ ସହରରେ ଉତ୍ସାହ ଦେଖିବାକୁ ମିଶିଛି । ତେବେ ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍‍ ହକିର ଉଦ୍ଘାଟେନ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ କଟକ ସହର ଚଳଚଞ୍ଚଳ ହୋଇଉଠିଛି । ମୁମ୍ବାଇର ଏକ ଇଭେଣ୍ଟ ମ୍ୟାନେଜ୍‍ମେଣ୍ଟ ସଂସ୍ଥାର ୨୦ରୁ ଅଧିକ ଇଂଜିନିୟର, ଷ୍ଟେଜ୍‍ କ୍ରିଉ ନିର୍ମାଣ ଦାୟିତ୍ୱରେ ଲାଗିଛନ୍ତି । ବିଶ୍ୱକପ୍‍ ପାଇଁ ସହର ସୁସୁଜ୍ଜିତ ହୋଇଥିବାବେଳେ ବେଲଭ୍ୟୁ ଛକ, ନେତାଜୀ ସେତୁ, ବାରବାଟୀ କିଲା, ଗଡ଼ଖାଇ ଆଦି ଆକର୍ଷଣୀୟ ରୂପରେ ସୁସଜ୍ଜିତ ହୋଇଛି । ଉଦ୍ଘା ଟନୀ କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାର ଦର୍ଶକ ସାମିଲ ହେବେ ବୋଲି ଆକଳନ କରାଯାଇଛି ।

ଅନ୍ୟପକ୍ଷେ ଆସନ୍ତାକାଲି ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ ।ଫଳରେ ଦିନ ୨ ଟା ପରେ କଟକର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନଷ୍ଠାନ ବନ୍ଦ ରହିବ । ଏନେଇ କଟକ ଜିଲ୍ଲାପଳ ଘୋଷଣା କରିଛନ୍ତି । ଏଥିସହିତ ସିଏମସି ପକ୍ଷରୁ ଏହି ବିଶ୍ୱ କପ୍ ଉଦଘାଟନୀ ଉତ୍ସବ ପାଇଁ ୫ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ ତଳ ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକ ଓ ଭିଆଇପିଙ୍କ ପାଇଁ ପୃଥକ୍‍ ପୃଥକ୍‍ ବାଇକ୍‍ ଓ କାର୍‍ ପାର୍କିଂ ଷ୍ଟାଣ୍ଡ୍‍ କରାଯାଇଛି । ଏହି ଦୁଇ ପାର୍କିଂ ଷ୍ଟାଣ୍ଡକୁ ଯିବା ପାଇଁ କାର୍ତ୍ତିକେଶ୍ୱର ଗଡ଼ା ଓ ଡିସିପି ଅଫିସ୍‍ ସାମ୍ନାରେ ଦୁଇଟି ରାସ୍ତା ରଖାଯାଇଛି ।

ସେହିପରି କେମ୍ବ୍ରିଜ୍‍ ସ୍କୁଲ ପରିସରରେ ଭିଆଇପି ଓ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ପାର୍କିଂର ବ୍ୟବସ୍ଥା କରାଯାଇଥିବାବେଳେ ଖ୍ରୀଷ୍ଟିଆନ୍‍ ପଡିଆ ଓ ଦୟାଶ୍ରମ ପରିସରରେ ମଧ୍ୟ ପାର୍କିଂ ହେବା ନେଇ ସୂଚନା ରହିଛି । ମଙ୍ଗୁଳି କିମ୍ବା ନଖରା ଆଡୁ ଆସୁଥିବା ଦର୍ଶକ ଶିଖରପୁର ଦେଇ ଯୋବ୍ରା ରାସ୍ତାରେ ବାଲିଯାତ୍ରା ତଳ ପଡିଆକୁ ଆସି ଗାଡ଼ି ପାର୍କିଂ କରିବେ । ଆସନ୍ତା କାଲି ପ୍ରାୟ ଦିନ ଗୋଟାଏ ବେଳ ଠାରୁ ଗୀର୍ନାଆର ହୋଟେଲ, ସିଡିଏମ୍ଓେ ଅଫିସ୍‍ ସାମ୍ନା, ବିଜୁପଟ୍ଟନାୟକ ଛକ ଏବଂ କେମ୍ଭ୍ରିଜ୍‍ ସ୍କୁଲ ରାସ୍ତାରେ କମିଶନରେଟ୍‍ ପୁଲିଓ ପକ୍ଷରୁ ବ୍ଲକିଂ କରାଯିବ ବୋଲି ସୂଚନା ଦିଆଯାଇଛି ।ଏତତ୍ ବ୍ୟତୀତ ଏହି ଉଦଘାଟନୀ ଉତ୍ସବକୁ ଶାନ୍ତି ଶୃଙ୍କଳାର ସହ କରିବା ପାଇଁ ଷ୍ଟାଡିୟମ ବାହାରେ ଏବଂ ଭିତରେ ୫୦ ପ୍ଲାଟୁନ୍ ପୋଲିସ ଫ୍ରୋସ୍ ମୁତୟନ ମଧ୍ୟ କରାଯିବା ନେଇ ଡିସିପି ପିନାମ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.