fbpx

ରାସ୍ତାରୁ ଟିଫିନ୍ ବୋମା ଉଦ୍ଧାର

ନବରଙ୍ଗପୁର,୬ ।୧(ଓଡିଶା ଭାସ୍କର) : ନବରଙ୍ଗପୁର ଜିଲା ଅନ୍ତର୍ଗତ ରାଇଘର ସରଗୁଲି ଗାଁର ରାସ୍ତାରୁ ଟିଫିନ୍ ବୋମା ଉଦ୍ଧାର ହୋଇଛି । ସେହି ଗ୍ରାମର ଯୁବକ ବୋମାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ପୁଲିସ ଓ ବିଏସଏଫ୍ ଯବାନ ଘଟଣାସ୍ଥଳରେ ପହଞ୍ଚି ୨ ଟି ଟିଫିନ୍ ବୋମା ଉଦ୍ଧାର କରିଥିଲେ । ବୋମା ନିଷ୍କ୍ରିୟକାରୀ ଟିମଙ୍କ ଦ୍ୱାରା ନିଷ୍କ୍ରିୟ କରିବାରେ ଲାଗିଛି ପୋଲିସ । ତେବେ ଗାଁରେ ଟିଫିନ୍ ବୋମା କିପରି ଓ କିଏ ଆଣିଲା, ତାହା ଏବେବି ଅସ୍ପଷ୍ଟ । ଅନ୍ୟପଟେ ବୋମାକୁ ଦେଖି ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ । ଟିଫିନ୍ ବୋମା ସମ୍ବନ୍ଧରେ ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.