କୋରାପୁଟ: ନିଶବ୍ଦ ରାତି ସହ ବଡି ଭୋରୁ ଗାଁରେ ବୁଲୁଛି ମହାବଳ ବାଘ । ରାତି ଅଧିଆ ଗାଁ ଭିତରେ ପଶି ଶିକାର କରିବାରେ ଲାଗିଛି । ଯାହାକୁ ନେଇ ଏବେ ଓଡିଶା-ଆନ୍ଧ୍ର ସୀମାନ୍ତରେ ବଢିବାରେ ଲାଗିଛି ଆତଙ୍କ । ତେବେ ରାତିରେ ଶୋଇବା ପରେ ଏସବୁ ଘଟଣା ଘଟୁଥିବା ବେଳେ ରାତି ପାହିଲେ ମିଳୁଛି ଖାଲି ବାଘଙ୍କ ପାଦ ଚିହ୍ନ । ତେଣୁ ଏଠି ମଣିଷଙ୍କ ସହ ଜୀବଜନ୍ତୁଙ୍କ ଜୀବନ ମଧ୍ୟ ବିପଦରେ ତିବା ନେଇ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଇଛି ।
କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ଆନ୍ଧ୍ର ଓଡ଼ିଶା ସୀମା ହରମାଣ୍ଡାଙ୍ଗି ପାହାଡ଼ ଅଞ୍ଚଳରେ ବୁଲୁଛି ବାଘ । ରାତି ଅଧରେ ଗାଁରେ ବାଘ ପଶି ନେଇ ଯାଉଛି ଅନେକ ନିରୀହଙ୍କ ଜୀବନ । ଗାଁରେ ପଶି ଗାଇ ବାଛୁରୀଙ୍କୁ ମଧ୍ୟ ଆକ୍ରମଣ କରି ଜୀବନ ନେଇ ଯାଉଛି ଏହି ମହାବଳ ବାଘ । ତେଣୁ ଏବେ ଭୟଭୀତ ଅବସ୍ଥାରେ ଦିକ କାଟୁଛନ୍ତି ଏହି ଗାଁର ଲୋକମାନେ । ବାଘ ଭୟରେ ଲୋକେ ରାତିରେ ଅଚିନ୍ତାରେ ରହି ପାରୁନାହାନ୍ତି କି ଦିନରେ ମଧ୍ୟ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି ।
ଦୁଇ ଗାଈଙ୍କ ସମେତ ଗୋଟିଏ ବାଛୁରିର ଜୀବନ ନେଲାଣି ବାଘ । ଏହାପରେ କୋଟିଆ ଅଞ୍ଚଳରେ ବାଘ ଆକ୍ରମଣ ଆତଙ୍କ ଖେଳାଇ ଦେଇଛି । ସୂଚନା ଅନୁସାରେ, ହରମାଣ୍ଡାଙ୍ଗି ପାହାଡ଼ ଅଞ୍ଚଳରେ ଏକ ବାଛୁରୀର ଡାହାଣ ପାଖ, ବାଘ ଖାଇ ଯାଇଥିବା ଦେଖିବାକୁ ମିଳିଥିବା ବେଳେ ବାଘର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । ଫଳରେ ଏହି ଅଞ୍ଚଳରେ ବାଘର ଆତଙ୍କ ସୃଷ୍ଟି ହୋଇଛି । ତେବେ ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ବାଘ ବୁଲୁଥିବା ବେଳେ ଏନେଇ ଓଡିଶା ବନ ବିଭାଗ ନିକଟରେ କୌଣସି ସୂଚନା ନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ ତୁରନ୍ତ ବାଘକୁ ଧରିବା ସହ ଗାଁକୁ ବିପଦମୁକ୍ତ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।