fbpx
BJD SKY
BJD SKY

୨୫ ବର୍ଷ ପରେ ରାଜ୍ୟର ଏହି ଜିଲ୍ଲାରେ ଦେଖାଦେଲା ବାଘ, IFS ଅଧିକାରୀ ସେୟାର କଲେ ଫଟୋ

BJD

ନୂଆଦିଲ୍ଲୀ: ଭାରତରେ ଏଭଳି ପରିସ୍ଥିତି ଦେଖାଦେଇଥିଲା ଯେଉଁଠାରେ ବାଘ ସଂଖ୍ୟା ହ୍ରାସ ପାଇ ମାତ୍ର ୨୬୮ ହୋଇଯାଇଥିଲା । ଏହାପରେ ବାଘଙ୍କୁ ବଞ୍ଚାଇବା ଲାଗି ସମଗ୍ର ଦେଶରେ ପ୍ରୋଜେକ୍ଟ ଟାଇଗର ଆରମ୍ଭ କରିଥିଲା । ଏହାପରେ ଧିରେ ଧିରେ କରି ଦେଶରେ ବାଘ ସଂଖ୍ୟା ବଢିବାକୁ ଲାଗିଲା । ଏକ ରିପୋର୍ଟ ମୁତାବକ ୨୦୨୨ ବର୍ଷ ପର୍ଯ୍ୟନ୍ତ ଦେଶରେ ବାଘ ସଂଖ୍ୟା ବଢି ୩ ହଜାର ୧୬୭ ହୋଇଯାଇଥିଲା । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆଇଏଫଏସ ଅଧିକାରୀ ଏକ ବାଘର ଫଟୋ ସେୟାର କରି ସୂଚନା ଦେଇଛନ୍ତି ।

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ ଆଇଏଫଏସ ଅଧିକାରୀ ଶୁଶାନ୍ତ ନନ୍ଦା ବାଘର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ଏହା କହି ବହୁତ ଖୁସି ଲାଗୁଛି ଯେ, ‘ପାଖାପାଖି ଦୁଇ ଦଶନ୍ଧି ଅର୍ଥାତ ୨୫ ବର୍ଷ ପରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ବାଘକୁ କ୍ୟାମେରାରେ କଏଦ କରାଯାଇଛି । ଏନଟିସିଏର ଟାଇଗର ସେଲ ଏହାର ପୃଷ୍ଠି କରିଛି ଯେ, ଏଠାରେ ସଞ୍ଜୟ ଡୁବରୀ ଟାଇଗର ରିଜର୍ଭରୁ ବାହାରକୁ ପଳାଇଅସିଛି । ଓଡ଼ିଶାରେ ନିଜର ନୂଆ ଅଞ୍ଚଳ ସୃଷ୍ଟି କରିବାକୁ ସେ ଶହ ଶହ ମାଇଲର ଯାତ୍ରା କରିଛି । ସ୍ୱାଗତ ।’

ଏହି ଭାଇରାଲ ଫଟୋକୁ ୧୨ ହଜାର ଲୋକ ଦେଖିସାରିଛନ୍ତି । ଫଟୋ ଦେଖିବା ପରେ ଏକ ୟୁଜର ଲେଖିଛନ୍ତି ଯେ, ଏହା ବହୁତ ଭଲ ଖବର ସାର । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଓଡ଼ିଶାର ୱାଇଲ୍ଡ ଲାଇଫ ଲଭର୍ସଙ୍କ ପାଇଁ ବହୁତ ଭଲ ଖବର । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହି ବହୁତ ଭଲ କଥା ।

 

Get real time updates directly on you device, subscribe now.