fbpx
BSKY SKY
BSKY SKY

Breaking; ଆଜି ପୁଣି ବସିବ ବିଜେପିର କୋର୍ କମିଟି ବୈଠକ: ଓଡ଼ିଶା ଲୋଭ ଛାଡ଼ୁନି BJP

BSKY

ନୂଆଦିଲ୍ଲୀ: ନିର୍ବାଚନ ମାହୋଲ ଏବେ ଧିରେ ଧିରେ ସରଗରମ ହେବାକୁ ଲାଗିଲାଣି । ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଆହୁରି ତତ୍ପର ହୋଇ ଉଠିଛନ୍ତି ରାଜନୈତିକ ଦଳ । ଆଜି ପୁଣିଥରେ ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଭାରତୀୟ ଜନତା ପାର୍ଟିର ଫୋକସରେ ରହିଛି ଓଡ଼ିଶାଗଡ଼ । ଓଡ଼ିଶାରେ ପଦ୍ମ ଫୁଟାଇବା ପାଇଁ ପ୍ଲାନ କରୁଛି ବିଜେପିର କୋର କମିଟି । ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ଘନ ଘନ ବୈଠକ କରି ଓଡ଼ିଶାକୁ ହାତେଇବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରି ଚାଲିଛି ।

ବିଜେପି ନିଜର କାୟା ବିସ୍ତାର କରିବାକୁ ଶତ ଚେଷ୍ଟା ଜାରି ରଖିଛି । ଯେଉଁ ସବୁ ରାଜ୍ୟରେ ଦଳ ପଛରେ ରହିଯାଇଛି, ସେଠାରେ ମଧ୍ୟ ପଦ୍ମ ଫୁଟାଇବା ପାଇଁ ମାଷ୍ଟରପ୍ଲାନ କରୁଛି ବିଜେପି । ତେବେ ଏହି ତାଲିକାରେ ସବୁଠୁ ଆଗରେ ରହିଛି ଓଡ଼ିଶା । ଏଥର ଓଡ଼ିଶାକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ଓଡ଼ିଶାକୁ ବିଜେପି ଗଡ଼ କରିବା ପାଇଁ ଘନ ଘନ ବୈଠକ ମଧ୍ୟ ଜାରି ରହିଛି । ଆଜି ପୁଣିଥରେ ଦିଲ୍ଲୀରେ ବିଜେପିର କୋର୍ କମିଟି ବୈଠକ ହେବାକୁ ଯାଉଛି । ୮ଟି ରାଜ୍ୟର ଲୋକସଭା ଆସନ ଉପରେ ଆଲୋଚନା କରାଯିବ । ତେବେ ବୈଠକରେ ଓଡ଼ିଶା ଆସନ ହିଁ ଫୋକସରେ ରହିବ । ଏହା ଉପରେ ବିସ୍ତୃତ ଆଲୋଚନା କରିପାରେ ଏହି କମିଟି । ଗତକାଲି ବିଳମ୍ବିତ ରାତି ୨ଯା ପର୍ଯ୍ୟନ୍ତ ବୈଠକ ଜାରି ରହିଥିଲା । ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱମାନେ ଏବେ ଦିଲ୍ଲୀରେ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛନ୍ତି ।

Get real time updates directly on you device, subscribe now.