fbpx

(Video) ଶ୍ରଦ୍ଧା କପୁରଙ୍କୁ ଜୋରରେ ଲାଗିଲା ଭୋକ, ଭିଡ ଭିତରେ ମାଗିଲେ ଫ୍ରି ପିଜ୍ଜା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି । ଏହି କାରଣରୁ ସେ ସବୁଠାରୁ ପପିଲାର ବାରତୀୟ ଇନଷ୍ଟାଗ୍ରାମର୍ସଙ୍କ ଲିଷ୍ଟରେ ସାମିଲ ଅଛନ୍ତି । ଅଭିନେତ୍ରି ନିଜ ପ୍ରପେସନାଲ ଲାଇଫ ସହ ପର୍ସନାଲ ଲାଇଫକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଶ୍ରଦ୍ଧା ଏକ ଇଭେଣ୍ଟରେ ସ୍ପଟ କରାଯାଇଛନ୍ତି । ସେଠାରେ ତାଙ୍କୁ ଏତେ ଭୋକ ଲାଗିଲା ଯେ, ସେଠାରେ ଖାଦ୍ୟ ପାଇଁ ବ୍ୟବସ୍ଥା କରିବାକୁ ଲାଗିଲେ ।

ଅଭିନେତ୍ରୀ ଶ୍ରଦ୍ଧା କପୁର ଏକ ଇଭେଣ୍ଟରେ ପହଁଚିଥିଲେ, ଯେଉଁଠାରେ ସେ ଭୋକିଲା ଥିଲେ । ବାହାରେ ପିଜ୍ଜା ହଣ୍ଟ ଥିଲା । ଅଭିନେତ୍ରୀ ଜଣକ ହଠାତ ସେଠାରେ ପହଁଚି ବିନା କୌଣସି ସଂକୋଚରେ ପଚାରିଛନ୍ତି ଯେ, ଯଦି ଗୋଟିଏ ଏକ୍ଟ୍ରା ପିଜ୍ଜା ଅଛି କି, ଭାଇ ଗୋଟିଏ ପିଜ୍ଜା ନେଇ.. ଥ୍ୟାଙ୍କ ୟୁ ୟାର.. ମୁଁ ଦେଖିଲି ଏଠାରେ ପାର୍ଟି ହେଉଛି.. ପିଜ୍ଜା ପାର୍ଟି । ଏହାପରେ ଅଭିନେତ୍ରୀ ହାତରେ ପିଜ୍ଜା ଧରିଥିଲେ ଏବଂ ନିଜ ଗାଉନକୁ ମଧ୍ୟ ସମ୍ଭାଳିବା ଦେଖାଯାଉଛି ।

 

View this post on Instagram

 

A post shared by Instant Bollywood (@instantbollywood)

ଅଭିନେତ୍ରୀଙ୍କ ଏହା ପରେ ଏକ ଭିଡିଓ ଆସିଛି । ଯେଉଁଥିରେ ଅଭିନେତ୍ରୀ ଜଣକ କହିଛନ୍ତି ଯେ, ଥ୍ୟାଙ୍କ ୟୁ ଆପଣ ସମସ୍ତେ ମୋ ସହ ସେୟାର କରିଛନ୍ତି, ମୁଁ ବହୁତ ଭୋକିଲା ଥିଲି । ଥ୍ୟାଙ୍କ ୟୁ ମୋ ତରଫରୁ.. ଗୋଟିଏ ଟ୍ରିଟ ବାକି ଅଛି ମୋ ତରଫରୁ । ଏହି ଦୁଇଟି ଭିଡିଓ ଖୁବ ଜୋରରେ ଭାଇରାଲ ହେଉଛି ।

 

View this post on Instagram

 

A post shared by Instant Bollywood (@instantbollywood)

Get real time updates directly on you device, subscribe now.