fbpx

ଅପରାଧି ଓ ହତ୍ୟାକାରୀଙ୍କ ଆଡ୍ଡା ପାଲଟିଛି ତିହାଡ୍ ଜେଲ୍, ଦିଲ୍ଲୀ ସରକାରଙ୍କ ଉପରେ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତିହାଡ ଜେଲ୍ ରେ ଦିନକୁ ଦିନ ବଢ଼ି ବଢ଼ିଚାଲିଥିବା ଅପରାଧିଙ୍କ କାରନାମା ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ଏନେଇ ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛି । ସର୍ବୋଚ୍ଚ ନ୍ୟାୟାଳୟ ତିହାଡ ଜେଲର ସ୍ଥିତିକୁ ନେଇ କହିଛନ୍ତି ଯେ, ତିହାଡ ଜେଲ୍ ବର୍ତ୍ତମାନ ଅପରାଧି ଓ ହତ୍ୟାକାରୀଙ୍କ ଆଡ୍ଡା ହୋଇଯାଇଛି । କଏଦୀ-କଏଦୀଙ୍କ ମଧ୍ୟରେ ହତ୍ୟା ହେଉଛି । ତେଣୁ ଗୃହ ମନ୍ତ୍ରାଳୟ ଏହି ମାମଲାର ତଦନ୍ତ କରିବା ଜରୁରୀ ଏବଂ ଭବିଷ୍ୟତରେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେନେଇ ମଧ୍ୟ ଯାଞ୍ଚ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ କହିଛନ୍ତି ।

ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ୍ ଏମଆର୍ ଶାହଙ୍କ ପୀଠ, ଅତିରିକ୍ତ ସଲିସିଟର୍ ଜେନେରାଲ୍ କେଏମ୍ ନଟରାଜଙ୍କୁ କହିଛନ୍ତି ଯେ, ଗୃହ ମନ୍ତ୍ରାଳୟ କେବେ ତଦନ୍ତ କରିବେ? ଏହି ମାମଲାର ଯଥାଶୀଘ୍ର ଯାଞ୍ଚ କରିବାର ଆବଶ୍ୟକତା ରହିଛି । ଜାମର୍ ଓ ବଡି ସ୍କାନର୍ ର ଆବଶ୍ୟକତା ରହିଛି । ଏହାଦ୍ୱାରା ଯାଞ୍ଚ କରିବାକୁ ସୁବିଧା ହେବ ଯେ, କେଉଁ କଏଦୀ ପାଖରେ ମୋବାଇଲ୍ ଫୋନ୍ ରହିଛି । ପୀଠ ପୁଣିଥରେ ଦୋହରାଇଥିଲେ ଯେ, ଦିଲ୍ଲୀ ପୋଲି୍ସ ମୁଖ୍ୟଙ୍କୁ ସୁପାରିସ୍ ପରେ ବି କୌଣସି ପଦକ୍ଷେପ ଉଠାଇଲେ ନାହିଁ । ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ତିନି ସପ୍ତାହ ପରେ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.