fbpx

ମହଙ୍ଗା ପଡିଲା ସିଂହ ସହ ଟିକ୍ ଟକ୍

ସିଂହ ସହ ସେଲଫି ନେବା ୨ ଯୁବକଙ୍କୁ ମହଙ୍ଗା ପଡିଲା । ଆଜିକାଲି ଛୋଟଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କଠାରେ ଟିକ୍ ଟକ୍ ଭିଡିଓ କରି ସେୟାର କରିବାର କ୍ରେଜ ବଢିବାରେ ଲାଗିଛି । କିନ୍ତୁ ଏହି ଟିକ୍ ଟକ୍ ମାଧ୍ୟମରେ କିଏ ଷ୍ଟାର ହେଉଛି ତ ଆଉ କାହା ପାଇଁ ସମସ୍ୟାର କାରଣ ପାଲଟୁଛି । ସେହିଭଳି ଟିକ୍ ଟକ୍ ଭିଡିଓ କରିଥିବା ୨ ଯୁବକ ଉପରେ ବନ ବିଭାଗ ମାମଲା ରୁଜୁ କରିଛି ।

ବନ ବିଭାଗର କହିବା ମୁତାବକ, ସିଂହ ପାଖକୁ ଯାଇ ସେଲଫି ନେବା ଅପରାଧ । ଏସବୁ ଜାଣି ମଧ୍ୟ ୨ଯୁବକ ୧୬ ସେକେଣ୍ଟର ଏହି ଭିଡିଓରେ ପ୍ରଥମେ କାରରେ ବସି ସିଂହକୁ ଡରାଇଥିଲେ । ସିଂହ ଉପରେ ଗାଡିର ହେଡଲାଇଟ୍ ପକାଇବା ସହ ଖାଉଥିବା ସିଂହ ସହ ସେଲଫି ନେଇଥିଲେ । ଯୁବକମାନଙ୍କୁ ଏତେ ପାଖରେ ଦେଖି ସିଂହ ନିଜ ଶିକାର ଛାଡି ଦୌଡି ପଳାଇଥିଲା । ଘଟଣାଟି ଅମରେଲି ଜିଲ୍ଲା ରାଜୁଲା ତାଲୁକାର କୋୱାୟା ଗାଁ ନିକଟରେ ସୁଟିଂ ହୋଇଥିବା ଜଣାପଡିଛି । ୨ ଯୁବକଙ୍କ ମଧ୍ୟରୁ ଜଣଙ୍କର ନାଁ ବିଶାଳ ଓ ଅନ୍ୟଜଣଙ୍କର ନାଁ ସାୱନ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ବନ ବିଭାଗ ପକ୍ଷରୁ ସେମାନଙ୍କ ନାଁରେ ଅଭିଯୋଗ କରାଯାଇଛିି ।

Get real time updates directly on you device, subscribe now.