fbpx

ପୁଣି ବିବାଦ: ଶୌଚାଳୟରେ ଲାଗିଛି ହିନ୍ଦୁ ଦେବାଦେବୀଙ୍କ ଚିତ୍ର ଥିବା ଟାଇଲ୍ସ

Advertisement

ଉତ୍ତରପ୍ରଦେଶ: କାନପୁର ହେଉ ବା କାଶ୍ମୀର, ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବଢିଚାଲିଛି ବିବାଦ । କାଶ୍ମୀରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହେଉଛି । ସେହିପରି ଉତ୍ତରପ୍ରଦେଶର କାନପୁର ବିବାଦ ଥମିବାର ନାଁ ନେଉ ନଥିବା ବେଳେ ହିନ୍ଦୁ ଦେବାଦେବୀଙ୍କୁ ନେଇ ଆଉ ଏକ ମାମଲା ସାମ୍ନାକୁ ଆସିଛି । ଯାହା ପୁଣି ଏହି ବିବାଦକୁ ଆହୁରି ଘନୀଭୂତ କରିଛି ।

ହିନ୍ଦୁ ଦେବାଦେବୀଙ୍କୁ ସମାଜରେ ସବୁଠାରୁ ଉଚ୍ଚତମ ସ୍ଥାନରେ ରଖାଯାଇଥାଏ । ତେବେ ହିନ୍ଦୁ ଦେବାଦେବୀଙ୍କ ଚିତ୍ର ଲାଗିଥିବା ଟାଇଲ୍ସକୁ ଏକ ଶୌଚାଳୟରେ ଲଗାଯାଇଥିବା ଘଟଣା ହିନ୍ଦୁମାନଙ୍କ ମନରେ କୁଠାରଘାତ କରିଛି । କିଛି ଲୋକ ଶାନ୍ତିଭଙ୍ଗ କରିବା ଉଦ୍ଦେଶ୍ୟରେ ଏପରି କରିଥିବା କୁହାଯାଉଛି । ଉତ୍ତରପ୍ରଦେଶର ଏକ ଗାଁର ଶୌଚାଳୟରେ ଶିବଙ୍କ ଚିତ୍ର ଥିବା ଟାଇଲ୍ସ ଲଗାଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାରେ ଗ୍ରାମ ପ୍ରଧାନଙ୍କ ସହ ଦୁଇଜଣଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ସନ୍ଦୀପ ଅବସ୍ତୀ । ଅଭିଯୋଗ ପରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ଗ୍ରାମ ପ୍ରଧାନ ଫେରାର ଥିବା ପୋଲିସ ସୂଚନା ଦେଇଛି ।

ଶୌଚାଳୟର ଟାଇଲ୍ସରେ ଭଗବାନ ଶିବଙ୍କ ଚିତ୍ର ବ୍ୟତୀତ ହିନ୍ଦୁ ଧର୍ମର ପ୍ରତୀକ ଥିବା ଟାଇଲ୍ସ ମଧ୍ୟ ଲଗାଯାଇଥିବାର ଦେଖିବାକୁ ମିଳିଛି । ତେବେ ଘଟଣାକୁ ନଜରରେ ରଖି ସ୍ଥାନୀୟ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.