fbpx

Times Now ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ରାହୁଲ ଶିବଶଙ୍କର

ନୂଆଦିଲ୍ଲୀ: ଗଣମାଧ୍ୟମ ଜଗତରୁ ଆସିଛି ଏକ ବଡ଼ ଖବର । ଟାଇମ୍ସ ନାଓର ମୁଖ୍ୟ ସମ୍ପାଦକ ପଦ ଛାଡ଼ିଛନ୍ତି ରାହୁଲ ଶିବଶଙ୍କର । ରାହୁଲଙ୍କର ଅଚାନକ ଇସ୍ତଫାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜୁନ୍ ୨୦ରେ ରାହୁଲ ଟାଇମ୍ସ ନାଓର ସମସ୍ତ ହ୍ୱାଟସଆପ ଗ୍ରୁପ ସହିତ ସମ୍ପାଦକୀୟ ଗ୍ରୁପରୁ ଓହରି ଯାଇଥିଲେ । ଏନେଇ ସେ ପୂର୍ବରୁ କୌଣସି ଘୋଷଣା କରିନଥିଲେ ।

ଟାଇମ୍ସ ନାଓ ଛାଡ଼ିବା ନେଇ ରାହୁଲ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ ଶେୟାର କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି- ‘ଏଡିଟର-ଇନ-ଚିଫ୍ ଟାଇମ୍ସ ନାଓ, ୨୦୧୬ରୁ ୨୦୨୩ ।’ ରାହୁଲ ଟାଇମ୍ସ ନାଉରୁ ଇସ୍ତଫା ପ୍ରଦାନ କରିଥିବା ନେଇ କମ୍ପାନୀର ମାନବ ସମ୍ବଳ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରାହୁଲଙ୍କ ଅଚାନକ ଇସ୍ତଫା ପରେ ଏବେ ଗ୍ରୁପ ଏଡିଟର ନାବିକା କୁମାରଙ୍କ ତତ୍ତ୍ୱବଧାନରେ ଚ୍ୟାନେଲର କାର୍ଯ୍ୟ ଜାରି ରହିବ । ଚାନେଲର ସମସ୍ତ ଅପରେଟିଂ କଣ୍ଟେଣ୍ଟ ମ୍ୟାନେଜରମାନେ ନାବିକାଙ୍କୁ ରିପୋର୍ଟ କରିବେ ବୋଲି କୁହାଯାଇଛି ।

ନ୍ୟୁଜ୍ ଏକ୍ସରୁ ଇସ୍ତଫା ଦେଇ ଗତ ୨୦୧୬ ମସିହାରେ ରାହୁଲ ଟାଇମ୍ସ ନାଓରେ ଜଏନ୍ କରିଥିଲେ । ରାତି ୮ଟା ସମୟରେ ଚାନେଲରେ ପ୍ରସାରିତ ହେଉଥିବା ପ୍ରାଇମଟାଇମ ଶୋ’ ପାଇଁ ରାହୁଲ ବେଶ୍ ପରିଚିତ ଥିଲେ । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଏହି ଗଣମାଧ୍ୟମ ଜଗତରେ କାର୍ଯ୍ୟ ଜାରି ରଖିଥିଲେ । ଏହି ଅବଧି ମଧ୍ୟରେ ସେ ହେଡଲାଇନ୍ସ ଟୁଡେ ଓ ଇଣ୍ଡିଆ ଟୁଡେ ପରି ଏକାଧିକ ଜାତୀୟ ଗଣମାଧ୍ୟମରେ ଜଣେ ଆଗଧାଡ଼ିର ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.