fbpx

ପାଠପଢା ପାଇଁ ୧୫ ମିନିଟ୍, କିନ୍ତୁ ମାରପିଟ ପାଇଁ ଦରକାର ୩ ଘଣ୍ଟା: ଏ କି ଟାଇମ ଟେବୁଲ?

ନୂଆଦିଲ୍ଲୀ: ସ୍କୁଲ ସମୟରୁ ପିଲାମାନଙ୍କୁ ଟାଇମ ଟେବୁଲରେ କରି ରହିବା ଅଭ୍ୟାସ ରହିଛି । ସାରା ଦିନର ଆକ୍ଟିଭିଟିକୁ କିପରି ଏବଂ କେତେବେଳେ କରିବା ଏହାର ଏକ ଫର୍ମାଟକୁ ଟାଇମ ଟେବୁଲ ବୋଲି କୁହାଯାଏ । ନିଜ ଜୀବନଶୈଳୀ ଏବଂ ପାଠପଢା ପାଇଁ ନିଜ ହିସାବରେ ଟାଇମ ଟେବୁଲ ପ୍ରସ୍ତୁତ କରିଥାନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଜୀବନରେ ଏହି ଟାଇମ ଟେବୁଲ ଖୁବ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଜଣେ ୬ ବର୍ଷ ପିଲାର ଏକ ଟାଇମ ଟେବୁଲ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ପାଠପଢା ପାଇଁ ମାତ୍ର ୧୫ ମିନିଟ ଦେଇଛନ୍ତି ।

ପ୍ରତି ମିନିଟକୁ ସେ ଏହି ଟାଇମ ଟେବୁଲରେ ସ୍ଥାନ ଦେଇଛନ୍ତି । ସକାଳୁ ଉଠିବାରୁ ଆରମ୍ଭ କରି ରାତି ଶୋଇବା ପର୍ଯ୍ୟନ୍ତ ସମସ୍ତ ଆକ୍ଟିଭିଟି ତାଙ୍କର ଏହି ରୁଟିନରେ ସେ ଲେଖିଛନ୍ତି । ତେବେ ପାଠ ପଢିବା ପାଇଁ ସେ ମାତ୍ର ୧୫ ମିନିଟ ରଖିଥିବା ବେଳେ ଲଢେଇ କରିବା ପାଇଁ ରଖିଛନ୍ତି ୩ ଘଣ୍ଟାର ସମୟ । ପିଲାଟେିର ଏହି ଟାଇମଟେବୁଲରେ ଆମ୍ବ ଖାଇବା ଭଳି କାମ ମଧ୍ୟ ଲେଖାଯାଇଛି । ତେବେ ଏହି ରୁଟିନର ଲେଖାରେ କିଛିଟା ଭୁଲ ଦେଖାଯାଇଛି । କିନ୍ତୁ ସମୟକୁ ଖାପ ଖୁଆଇ ସେ ବହୁତ ଭଲ ଭାବରେ ରୁଟିନ ପ୍ରସ୍ତୁତ କରିଛନ୍ତି । ଏହି ଟାଇମ ଟେବୁଲକୁ ଦେଖି ଅନେକ ଲୋକ ଏଭଳି ଜୀବନ ପାଇବା ପାଇଁ ଇଚ୍ଛା କରୁଛନ୍ତି । ଯେଉଁଥିରେ ୧୨ ଘଣ୍ଟାର ଟେନସନଫ୍ରି ଲାଇଫ ସହିତ ୧୨ ଘଣ୍ଟା ଶାନ୍ତି ନିଦ ସାମିଲ ରହିଥିବ ।

ଟ୍ୱିଟରରେ ଏହାର ଏକ ଫଟୋକୁ ସେୟାର କରି ଲାଇଭା ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ମୋ ୬ ବର୍ଷର ଦାଦା ପୁଅ ଭାଇଙ୍କର ଏହି ଟାଇମ ଟେବୁଲ ପ୍ରସ୍ତୁତ ହୋଇଛି । ଏଥିରେ ମାତ୍ର ୧୫ ମିନିଟ ପାଠପଢା ପାଇଁ ଦିଆଯାଇଛି । କିନ୍ତୁ ମାରପିଟ ଲଢେଇ ପାଇଁ ୩ ଘଣ୍ଟା ସମୟ ରଖାଯାଇଛି । ତେବେଏହି ପୋଷ୍ଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧.୩ ମିଲିୟନ ଲୋକ ଦେଖି ସାରିଥିବା ବେଳେ ୧୭.୮ ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି । ଏହା ବ୍ୟତୀତ ଅନେକ ୟୁଜର ଏହି ପୋଷ୍ଟରେ ଭିନ୍ନ ଭିନ୍ନ ଏବଂ ମଜାଦାର କମେଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.