fbpx

ଆପଣ ଅଣ୍ଡା ଖାଆନ୍ତୁ ଓ ଗଛକୁ ଦିଅନ୍ତୁ ଅଣ୍ଡା ସିଝା ପାଣି, ଏପରି କଲେ କ’ଣ ଲାଭ ମିଳିଥାଏ ଆସନ୍ତୁ ଜାଣିବା

Advertisement

ନୂଆଦିଲ୍ଲୀ: ଅଣ୍ଡା ସିଝି ଯିବା ପରେ ଏହାର ପାଣିକୁ ଆମେ ସମସ୍ତେ ଫିଙ୍ଗି ଦେଇଥାଉ । ଆପଣ ବି ଏହିପରି କରୁଥିଲେ ରହି ଯାଆନ୍ତୁ । କାରଣ ଏହି ଅଣ୍ଡା ସିଝା ବଳକା ପାଣିର ଯେ କେତେ ଉପକାରୀତା ରହିଛି ତାହା ବୋଧହୁଏ ଆପଣ ଜାଣି ନାହାନ୍ତି ।
ଅଣ୍ଡା ସିଝିବା ସମୟରେ ଏହାର ବହୁ ତତ୍ତ୍ୱ ପାଣିରେ ମିଶିଯାଇଥାଏ । ଗଛଲତା ମାନଙ୍କର କୋଷିକାର ବିକାଶ ଲାଗି ଏହି ତତ୍ତ୍ୱର ବହୁତ ଆବଶ୍ୟକତା ରହିଛି । ତେଣୁ ଏହି ପାଣିକୁ ଆପଣ ଢାଳି ନ ଦେଇ ଗଛରେ ଦେଇପାରିବେ । ଏହା ଗଛ ଲାଗି ଏକ ପ୍ରକାର ସାର ଭଳି କାମ କରିବ । ଏହା ଗଛର ବୃଦ୍ଧି ଲାଗି ବହୁତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।

ଏହି ଅଣ୍ଡା ସିଝା ପାଣିରେ କ୍ୟାଲସିୟମ ଭରପୁର ହୋଇ ରହିଥାଏ ଯାହା ଗଛ ଲତାଙ୍କ ଅଭିବୃଦ୍ଧି ଲାଗି ନିହାତି ଆବଶ୍ୟକ । ଯଦି ଆପଣଙ୍କ ପାଖରେ ଗଛ ଲାଗି ଜୈବିକ ଖତ ପ୍ରସ୍ତୁତ କରିବା ଲାଗି କୌଣସି ସାଧନ ନାହିଁ ତେବେ ଆପଣ ଏହି ଉପାୟ ଆପଣାନ୍ତୁ । ଏହା ଆପଣଙ୍କ ଲାଗି ଏକ ସହଜ ଓ ଉତ୍ତମ ବିକଳ୍ପ ହେବ ।

Get real time updates directly on you device, subscribe now.