fbpx

ତ୍ୱଚାର ସୁନ୍ଦରତା ବଢାଇବାକୁ ଚାହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ସୁନ୍ଦର ତ୍ଵଚା କିଏ ବା ନ ଚାହେଁ। ଯଦି ଆପଣ ବି ନିଜର ସୁନ୍ଦର ତ୍ଵଚା ଚାହୁଛନ୍ତି, ଆପଣାନ୍ତୁ ଏହି ଉପାୟ..

– ଅଧିକ ତେଲ ଯୁକ୍ତ ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ। ଏହା ଛଡ଼ା ଆଇସକ୍ରିମ, କେକ , ପିଜ୍ଜା ଆଦି ଯେତେ କମ ପରିମାଣରେ ଖାଇବେ। ଏହି ସବୁ ଅଭ୍ୟାସ ବ୍ରଣ ହେବାର ମୁଖ୍ୟ କାରଣ ଅଟେ। ଚିନି ମଧ୍ୟ ଅଧିକ ପରିମାଣରେ ଖାଆନ୍ତୁ ନାହିଁ।

– ବହୁ ସମୟରେ ମୁହଁରେ ଅପରିଷ୍କାର ପଦାର୍ଥ ଜମି ଯାଇଥାଏ। ତେଣୁ ନିୟମିତ ଫେସୱାସ ବ୍ୟବହାର କରନ୍ତୁ। ପ୍ରଚୁର ପାଣି ପିଅନ୍ତୁ। ସପ୍ତାହକୁ ଥରେ ନିଶ୍ଚୟ ସ୍କ୍ରବ କରନ୍ତୁ।

– ଜେଲଯୁକ୍ତ ମଶ୍ଚୁରାଇଜର ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ମୁହଁ ସଫା ରହିଥାଏ।

– କୋଷ୍ଠକାଠିନ୍ୟ ଜନିତ ସମସ୍ୟା ସୃଷ୍ଟି କରୁଥିବା ଖାଦ୍ୟପଦାର୍ଥ ମଧ୍ୟ ଖାଆନ୍ତୁ ନାହିଁ। କାରଣ କୋଷ୍ଠକାଠିନ୍ୟ ସମସ୍ୟା ହେବା ଦ୍ୱାରା ବ୍ରଣ ଉଠିଥାଏ। ନିୟମିତ ଫଳ ଖାଆନ୍ତୁ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ହୋଇନଥାଏ। ପେଟ ସଫା ରହିଥାଏ।

Get real time updates directly on you device, subscribe now.