fbpx

ଗିରଫ ଭୟରେ ନଦୀକୁ ଡେଇଁଲେ ମଦ ବେପାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ଭୟରେ ନଦୀକୁ ଡେଇଁଲା ମଦ ବେପାରୀ । ପୋଲିସ ଭୟରେ ନଦୀକୁ ଡେଇଁ ମଦ ବେପାରୀ ନିଖୋଜ ହୋଇଥିବା ବେଳେ ପୋଲିସ ପକ୍ଷରୁ ଖୋଜା ଖୋଜି ଜାରି ରହିଛି । ବାଲେଶ୍ୱରର ଖନ୍ତାପଡା ଥାନା ଅନ୍ତର୍ଗତ ଶ୍ରୀଜଙ୍ଗ ଗ୍ରାମରେ ଏହି ଘଟଣା ଘଟିଥିଲା । ଅବକାରୀ ବିଭାଗ କର୍ମାଚାରୀଙ୍କ ନିକଟରୁ ବର୍ତ୍ତିବା ପାଇଁ ମଦ ବେପାରୀ ଜଣଙ୍କ କଣ୍ଟିଆଚିରା ନଇକୁ ଡେଇଁ ପଡିଥିଲେ ।

୪ ଜଣ ମଦ ବେପାରୀ ଗୋଟିଏ ଗାଡିରେ ଆସୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଗାଡି ଅଟକା ଯାଇଥିଲା । ଗିରଫ ଭୟରେ ଗାଡି ଛାଡି ସମସ୍ତେ ଫେରାର ହେବାକୁ ଉଦ୍ୟମ କରିଥିଲେ । ୩ ଜଣଙ୍କୁ ପୋଲିସ ଘଟଣା ସ୍ଥଳରେ ମାଡି ବସିଥିବା ବେଳେ ଜଣେ ନଦୀକୁ ଡେଇଁ ପଡିଥିଲେ । ବ୍ୟକ୍ତି ଜଣଙ୍କ ନିଖୋଜ ରହିଥିବା ବେଳେ ଅନୁସନ୍ଧାନ ଜାରି ରହିଛି ।

Get real time updates directly on you device, subscribe now.