Criminalଙ୍କ ମାନସିକତା ଜାଣିବାକୁ Criminology ଛାତ୍ର କଲା ଏମିତି କାଣ୍ଡ କି, ଜାଣିଲେ ଘୁରିଯିବ ମଥା

ନୂଆଦିଲ୍ଲୀ- ମଣିଷର ଜିଜ୍ଞାସା ଅନେକ ସମୟରେ ଏମିତି ପ୍ରଖର ହୁଏ କି କିଛି ବି କରିବାକୁ ପଛେଇ ନ ଥାଏ । ଅନେକ ସମୟରେ ଏହି ଉକ୍ରଣ୍ଠା ମଣିଷକୁ ଅନନ୍ୟ କରିଦିଏ ତ ପୁଣି କେତେବେଳେ ଘଟାଏ ଲୋମଟାଙ୍କୁରା ଅପରାଧ । ଯେମିତି ଘଟିଛି ଇଂଲଣ୍ଡର ବର୍ଣ୍ଣେମାଉଥର ଡୁର୍ଲେ ସମୁଦ୍ର କୂଳରେ । ମାତ୍ର ୨୦ ବର୍ଷର କ୍ରିମିନୋଲୋଜିର ଛାତ୍ର ରଚିଲା ଛାତିଥରା କାଣ୍ଡ ।

ସମୁଦ୍ର କୂଳରେ ସଞ୍ଜ ନଇଁ ଆସୁଥିବା ବେଳେ ଦୁଇ ମହିଳା ଚନ୍ଦ୍ରକୁ ନିରେଖୁଥିଲେ । ଠିକ ଏହି ସମୟରେ ଜଣେ ୨୦ ବର୍ଷର ଯୁବକ ସେଠି ସେମାନଙ୍କୁ ଛୁରାରେ ଆକ୍ରମଣ କରି ଚାଲିଲା । ଜଣଙ୍କୁ ୧୦ ଥର ଛୁରାମାଡ କରିବା ବେଳେ ଅନ୍ୟ ଜଣଙ୍କୁ କରିଥିଲା ୨୦ ଥର ଆଘାତ୍ । କିନ୍ତୁ ୧୦ ଥର ଛୁରାମାଡ ଖାଇଥିବା ମହିଳାଙ୍କ ହୃତପିଣ୍ଡରେ ବାଜିଥିଲା ଛୁରୀ ଓ ତାଙ୍କର ମୃତ୍ୟୁ ହେଲା । ଅନ୍ୟ ମହିଳା ଗୁରୁତର ଅବସ୍ଥାରେ ପଡିଥିଲେ । ଏପରି ନାରକୀୟ କାଣ୍ଡ ଭିଆଇବା ପରେ ଯୁବକ ସେଠାରୁ ଫେରାର ହୋଇଯାଇଥିଲା ।

ତେବେ ପୋଲିସ ସେଠାରେ ପହଞ୍ଚି ଗୁରୁତର ଥିବା ମହିଳାଙ୍କୁ ହସ୍ପିଟାଲ ନେଇଯାଇଥିଲା । ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପୋଲିସ ମାମଲାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି । ତେବେ କାହିଁକି ଏମିତି ଏକ କାଣ୍ଡ ଭିଆଇଲା ବୋଲି ପୋଲିସର ପ୍ରଶ୍ନରେ ଛାତ୍ର ଯେଉଁ ଉତ୍ତର ଦେଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଅଭିଜ୍ଞାତା ହାସଲ କରିବାକୁ ସେ ଏମିତି କରିଥିବା ଅତି ସହଜ ଢଙ୍ଗରେ ପୋଲିସକୁ କହିଛି ।

ସେ କହିଛି, ସେ ଜଣେ କ୍ରିମିନୋଲୋଜିର ଛାତ୍ର । କ୍ରିମାନାଲ ହତ୍ୟା କରିବା ପରେ ତାର କିପରି ଅଭିଜ୍ଞତା ହୋଇଥାଏ, ଏହା ଜାଣିବାକୁ ତା ଭିତରେ ଥିଲା ଜିଜ୍ଞାସା । ଦିନେ ସମୁଦ୍ର କୂଳରେ ଦୁଇ ମହିଳାଙ୍କୁ ପାଇଁ ନିଜକୁ ଅଟକାଇ ପାରି ନ ଥିଲା । ବ୍ୟାଗରୁ ଛୁରୀ ବାହାର କରି ସେ ସେମାନଙ୍କ ଉପରେ କରିଥିଲା ଆକ୍ରମଣ ।