fbpx

ଭୁବନେଶ୍ୱରରେ ଆଜି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୨୭ା୭(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାରି ମଧ୍ୟରେ ଆଜି ମଧ୍ୟ ଭୁବନେଶ୍ୱରରୁ ୧୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୯ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୧୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୧୦୨ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୨୧୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୧୧ଜଣ ସୁସ୍ଥ ହୋଇଛନ୍ତି ଓ ୧୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧୧୨୫ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.