fbpx
BSKY SKY
BSKY SKY

ଖାଇବା ପରେ ପାଣି ପିଇବା ବିଷ ସହ ସମାନ, ଜାଣନ୍ତୁ କାରଣ

BSKY

ଆର୍ୟୁବେଦ ଅନୁସାରେ, ଭୋଜନ ପରେ ପାଣି ପିଇବା ବିଷ ସହ ସମାନ । କାହିଁକି ନା ତୁରନ୍ତ ପାଣି ପିଇବାର ପ୍ରଭାବ ସିଧାସଳଖ ପାଚନକ୍ରିୟା ଉପରେ ପଡିଥାଏ । ଏପରିକି ହୃଦଘାତ ଭଳି ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ ବୋଲି ଖାଦ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

– ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇଲେ ହୃତ୍‌ପିଣ୍ଡରେ ସମସ୍ୟା ଦେଖାଯାଏ। ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଖାଇବା ପରେ ତୁରନ୍ତ ପାଣି ପିଇଲେ ହୃଦ୍‌ଘାତ ବିପଦ ଆଶଙ୍କା ବଢ଼ିଯାଏ। ଖାଦ୍ୟ ଗ୍ରହଣର ଅଧଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ଅନୁଚିତ୍।

– ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ପାଚନ ଶକ୍ତି କମିଯାଏ। ଏହା ଶରୀରର ରୋଗ ପ୍ରତିଷେଧକ ଶକ୍ତି ଉପରେ ପଡ଼େ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ କମାଇ ଦିଏ।

– ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ପାଚନ କ୍ରିୟା ଧୀମା ହୋଇଯାଏ। ପାଣି ଖାଦ୍ୟ ସହିତ ମିଶି ପେଟରେ ଥିବା ଏସିଡ୍ ସଂସ୍ପର୍ଶରେ ଆସି ଖାଦ୍ୟ ହଜମ ହୋଇଯାଏ। ପୁଣି ଥରେ ଭୋକ ଲାଗେ। ଫଳରେ ମୋଟାପଣ ଭଳି ସମସ୍ୟା ଦେଖାଯାଏ।

– ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ଶରୀରରେ ପ୍ରସ୍ତୁତ ହେଉଥିବା ପାଚକ ରସର ତାପମାତ୍ରା କମି ଯାଏ। ଏଥିଯୋଗୁଁ ଖାଦ୍ୟ ହଜମ ହେବାରେ ସମସ୍ୟା ହୁଏ। କେବଳ ଏତିକି ନୁହେଁ, ଥଣ୍ଡା ପାଣି ପିଇବା ଦ୍ୱାରା ପେଟର ବୃହତ ଯନ୍ତ୍ର ସଙ୍କୁଚିତ ହୋଇଯାଏ। ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ। ଏଥିପାଇଁ ଖାଦ୍ୟଗ୍ରହଣର ଏକ ଘଣ୍ଟା ପରେ ପାଣି ପିଅନ୍ତୁ।

Get real time updates directly on you device, subscribe now.