fbpx

ଭୁବନେଶ୍ୱରରୁ ଆଜି ୫୪୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨ା୯(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ପ୍ରତିଦିନ ଏବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରୁ ୫୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୨୦ ଓ ସ୍ଥାନୀୟ ଅଞ୍ଚଳରୁ ୩୨୧ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୩୦୦ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।
ତେବେ ରାଜଧାନୀ ଭୁବନେଶ୍ୱରରୁ ବର୍ତ୍ତମାନ ସୁଦ୍ଧା ୧୧୨୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୯୩୫ଜଣ ସୁସ୍ଥ ହୋଇଛନ୍ତି ଓ ୪୪ଜଣଙ୍କ ମୃତ୍ୟୁ ଘଟିଛି । ଏବେ ଭୁବନେଶ୍ୱରରେ ୪୨୮୨ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ।

Get real time updates directly on you device, subscribe now.