fbpx

କଟକ ସହରରେ ଆଜି ୪୧ ପଜିଟିଭ ଚିହ୍ନଟ

କଟକ, ୨୮ା୭(ଓଡ଼ିଶା ଭାସ୍କର): କଟକ ସହରରୁ ଆଜି ମଧ୍ୟ ୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।
ତେବେ ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୭୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୩୧୪ଜଣ ସୁସ୍ଥ ହୋଇଛନ୍ତି ଓ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୪୫୩ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.