fbpx

ତଳକୁ ଖସିଲା ସୁନାର ମୂଲ୍ୟ, ଏବେ କିଣି ନିଅନ୍ତୁ ସବୁ ଅଳଙ୍କାର: ଜାଣନ୍ତୁ କ’ଣ ରହିଛି ରେଟ୍…

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ପୁଣିଥରେ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଯାହା ଫଳରେ ସାଧାରଣ ଲୋକଙ୍କ ପାଇଁ ସୁନାଅଳଙ୍କାର କିଣିବା ଆହୁରି ସହଜ ହୋଇଯାଇଛି । ଏବେ ମହିଳାମାନେ ନିଜ ମନ ପସନ୍ଦର ଗହଣା କିଣି ପିନ୍ଧିପାରିବେ । କାରଣ ବଜାରରେ ସୁନାର ମୂଲ୍ୟ ଆଶା ଅନୁସାରେ ଖୁବ ତଳକୁ ଖସିଯାଇଛି । ବିଶ୍ୱରେ ଚାହିଦା ହ୍ରାସ ଘଟିବାରୁ ସୁନା ଏବଂ ରୂପା ହାରରେ ଏହି ହ୍ରାସ ରେକର୍ଡ କରାଯାଇଛି ।

ଆଜି ଏମସିଏକ୍ସରେ ସୁନା ପ୍ରାୟ ୧୨୦ ଟଙ୍କା ହ୍ରାସ ପାଇଛି । ୧୧୭ ଟଙ୍କା କମ୍ ହେବା ପରେ ବର୍ତ୍ତମାନ ୫୯, ୧୯୨ ଟଙ୍କା(୧୦ ଗ୍ରାମ)ର ନୂଆ ମୂଲ୍ୟରେ ବିକ୍ରି ହେଉଛି ସୁନା ଅଳଙ୍କାର । ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ସର୍ବନିମ୍ନ ୫୯,୧୭୨ ରେଟ୍ ରେ ୦.୨୦ ପ୍ରତିଶତ ହ୍ରାସ ପାଇଛି । ତେବେ ସର୍ବାଧିକ ମୂଲ୍ୟ ୫୯,୨୫୫ ଟଭ୍କାରେ ବିକ୍ରି ହୋଇଛି ସୁନା । ସେହିପରି ରୂପା ମୂଲ୍ୟରେ ମଧ୍ୟ ୩୨୦ ଟଙ୍କା ହ୍ରାସ ଘଟିବା ପରେ ବର୍ତ୍ତମାନ ୭୪,୬୫୦ ଟଙ୍କାରେ ଅଟକିଛି ଦର । ତେବେ ରୂପା ସର୍ବନିମ୍ନ ୭୪,୬୨୦ ଟଙ୍କା ପ୍ରତି କିଲୋ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଏହାର ସର୍ବାଧିକ ମୂଲ୍ୟ ୭୪,୮୦୦ ଟଙ୍କା ରେକର୍ଡ କରାଯାଇଛି ।

ସୂଚନା ଅନୁସାରେ, ଆମେରିକାର ଫେଡେରାଲ ରିଜର୍ଭର ବୈଠକ ହେବାକୁ ଯାଉଛି । ଏହାମଧ୍ୟରେ ଫେଡ ପୁଣିଥରେ ସୁଧହାର ବୃଦ୍ଧି କରାଯାଏ ବୋଲି ଆଶା କରାଯାଉଛି । ଦେଶରେ ମୁଦ୍ରାସ୍ଫୀତି ତଥ୍ୟ ପୁଣିଥରେ ବୃଦ୍ଧି ପାଉଥିବାରୁ ଫେଡେରାଲ ରିଜର୍ଭ ସୁଧ ହାରକୁ ବୃଦ୍ଧିକରିବା ପାଇଁ ଯୋଜନା କରୁଛି। ଫେଡର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ହେତୁ ଡଲାର ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି । ଡଲାରର ମୂଲ୍ୟ ବୃଦ୍ଧି ପାଇଲେ ବିଭିନ୍ନ ମୂଲ୍ୟବାନ ଧାତୁର ଦର ହ୍ରାସ ହୋଇଥାଏ। ସେଥିପାଇଁ ବର୍ତ୍ତମାନ ଉଭୟ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇ କମ୍ ଦରରେ ବିକ୍ରି ହେଉଛି ।

Get real time updates directly on you device, subscribe now.