fbpx

ଆଜି ହନୁମାନ ଜୟନ୍ତିରେ ପୂଜା ପାଇଁ ମିଳିବ ମାତ୍ର ଏତିକି ସମୟ, ଏହି ଦିବ୍ୟ ଉପାୟ ଦୂର କରିବ ସବୁ ସଂକଟ

ଓଡ଼ିଶା ଭାସ୍କର: ବଜରଙ୍ଗବାଲୀଙ୍କୁ ଭଗବାନ ଶିବଙ୍କର ୧୧ତମ ରୁଦ୍ରାବତାର ବୋଲି କୁହାଯାଏ । ଭଗବାନ ଶ୍ରୀ ରାମଙ୍କ ପରମ ଭକ୍ତ ହନୁମାନଙ୍କ ଜନ୍ମ ଚୈତ୍ର ପୂର୍ଣ୍ଣିମା ଦିନ ହୋଇଥିଲା । ଏଥିପାଇଁ ଆଜିର ଦିନକୁ ହନୁମାନଙ୍କ ଜନ୍ମଦିବସ ବୋଲି ବିଶ୍ୱାସ କରାଯାଏ । ହନୁମାନଙ୍କ ଶକ୍ତି ଏବଂ ଜ୍ଞାନର ପ୍ରତୀକ ବୋଲି କୁହାଯାଏ । କୁହାଯାଏ ଯେ, ହମୁମାନଙ୍କ ଉପାସନା କରିଲେ ସମସ୍ତ କଷ୍ଟ ଦୂର ହୋଇଯାଏ ।

ହନୁମାନଙ୍କ ସ୍ତୁତି ପଢିଲେ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ । ଚଳିତ ବର୍ଷ ହନୁମାନଙ୍କ ଜନ୍ମୋତ୍ସବ ୨୩ ଏପ୍ରିଲ ଅର୍ଥାତ ଆଜି ପାଳନ କରାଯିବ । ଏଥର ମଙ୍ଗଳବାର ଦିନ ପଡୁଥିବାରୁ ଏହାର ମହତ୍ତ୍ୱ ଅଧିକ ବଢିଯାଇଛି । ଏଥିରେ ଆପଣଙ୍କୁ ହନୁମାନ ଜନ୍ମୋତ୍ସବରେ ପୂଜା ବିଧି, ଶୁଭ ମୁହୂର୍ତ୍ତ ଏବଂ ଦିବ୍ୟ ଉପାୟ ବିଷୟରେ କହିବାକୁ ଯାଉଛୁ ।

ଆଜିର ଦିନରେ ଦୁଇଟି ଖାସ ଯୋଗ ଗଠନ ହେଉଛି । ଏହାରି ମଧ୍ୟରେ ଆପଣ ନିଜ ଇଚ୍ଛାନୁସାରେ କୌଣସି ମଧ୍ୟ ମୁହୂର୍ତ୍ତରେ ହନୁମାନଙ୍କ ପୂଜା କରିପାରିବେ । ହେକେ କିଛି ବିଶେଷ ମୁହୂର୍ତ୍ତ ବିଷୟରେ ଜାଣନ୍ତୁ ।

ପ୍ରଥମ ମୁହୂର୍ତ୍ତ-ସକାଳ ୯ଟା ୦୩ ମିନିଟରୁ ସକାଳ ୧୦ଟା ୪୧ ମିନିଟ ପର୍ଯ୍ୟନ୍ତ ସମୟ ରହିଛି ।

ଦ୍ୱିତୀୟ ମୁହୂର୍ତ୍ତ-ସକାଳ ୧୧ଟା ୫୩ ମିନିଟରୁ ଦ୍ୱିପ୍ରହର ୧୨ଟା ୪୬ ମିନିଟ ।

ତୃତୀୟ ମୁହୂର୍ତ୍ତ- ରାତୁ ୮ଟା ୧୪ ମିନିଟରୁ ୯ଟା ୩୫ ମିନିଟ ପର୍ଯ୍ୟନ୍ତ ସମୟ ରହିଛି ।

ଯଦି ଆପଣ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ହନୁମାନ ଜୟନ୍ତି ଦିନ ହନୁମାନଙ୍କ ଏକ ଏପରି ଫଟୋ ସ୍ଥାପନ କରନ୍ତୁ, ଯେଉଁଥିରେ ସେ ସଞ୍ଜୀବନି ପର୍ବତକୁ ଉଠାଉଥିବେ । ଏହାରି ମଧ୍ୟରେ ହନୁମାନଙ୍କ ସାମ୍ନାରେ ଘିଅର ଦୀପ ଜଳାନ୍ତୁ ଏବଂ ତାଙ୍କୁ କ୍ଷୀର ଏବଂ ତୁଳସୀ ଜଟାର ଭୋଗ ଲଗାନ୍ତୁ । ଏଥିସହ ସ୍ୱାସ୍ଥ୍ୟ ରକ୍ଷାର ପ୍ରାର୍ଥନା କରନ୍ତୁ, ଖୁସ ଶିଘ୍ର ସ୍ୱାସ୍ଥ୍ୟ ଠିକ ହୋଇଯିବ ।

Get real time updates directly on you device, subscribe now.