fbpx

(Video) ଇତିହାସ ଲେଖିଲେ ୟୁଜବେନ୍ଦ୍ର ଚହଲ: IPLରେ ହାସଲ କଲେ ‘Double Centrury’

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଏବେ ୟୁଜବେନ୍ଦ୍ର ଚହଲଙ୍କ ପାଇଁ ଏକ ଇତିହାସର ମୁକସାକ୍ଷୀ ପାଲଟିଛି । ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି ରଜସ୍ଥାନର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ଏକ ସ୍ୱତନ୍ତ୍ର ଦ୍ୱିଶତକ ହାସଲ କରିବାରେ ସେ ପ୍ରଥମ ଖେଳାଳି ପାଲଟିଛନ୍ତି । ଏହାପୂର୍ବରୁ ଅନେକ ବଡ଼ କ୍ରିକେଟର ମଧ୍ୟ ଏହି କାରନାମା କରିବାରେ ବିଫଳ ହୋଇଛନ୍ତି । ଆଇପିଏଲରେ ୨୦୦ ୱିକେଟ ନେବାରେ ସେ ପ୍ରଥମ ଖେଳାଳି ପାଲଟିଛନ୍ତି । ଚହଲଙ୍କ ପୂର୍ବରୁ କୌଣସି ଖେଳାଳି ଆଇପିଏଲ ଇତିହାସରେ ୨୦୦ ଶିକାର କରି ପାରି ନାହାନ୍ତି ।

ଆଇପିଏଲ-୨୦୨୪ର ୩୮ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୋୟଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚକୁ ରାଜସ୍ଥାନ କବଜା କରିଥିବା ବେଳେ ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏକ ଦ୍ୱିଶତକ ହାସଲ କରିଛନ୍ତି । ଆଇପିଏଲରେ ସେ ନିଜର ୨୦୦ତମ ୱିକେଟ ନେବାରେ ସଫଳ ହୋଇଛନ୍ତି । ମୁମ୍ବାଇର ମହମ୍ମଦ ନବୀଙ୍କ ୱିକେଟ ଏହି କ୍ଲବରେ ପ୍ରଥମ ଖେଳାଳି ଭାବରେ ସାମିଲ ହୋଇଛନ୍ତି ଚହଲ । ଏହାପରେ ଦଳର ଅଧିନାୟକ ସଞ୍ଜୁ ସାମସନଙ୍କ ସହ ଅନ୍ୟ ସମସ୍ତ ଖେଳାଳି ଚହଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୧୫୩ଟି ଆଇପିଏଲ ମ୍ୟାଚରେ ଏହି କାରନାମା କରି ଦେଖାଇଛନ୍ତି ୟୁଜବେନ୍ଦ୍ର ଚହଲ । ତେବେ ଏହି ତାଲିକାରେ ଚହଲଙ୍କ ପରେ ଡ୍ୱେନ ବ୍ରାଭୋ, ପିୟୁଷ ଚାୱଲା ଭଳି ଅନେକ ବଡ଼ ବଡ଼ ବୋଲରଙ୍କ ନାଁ ସାମିଲ ରହିଛି ।

ତେବେ ଚହଲଙ୍କ ଏହି ବିଶ୍ୱରେକର୍ଡକୁ ଦମଦାର ଷ୍ଟାଇଲରେ ସେଲିବ୍ରେଟ କରିଛି ରାଜସ୍ଥାନ ରୋୟଲ୍ସ । ନିଜ ଟ୍ୱିଟର ପେଜରେ ବାୟୋ ପରିବର୍ତ୍ତନ କରିବା ସହ ବିଭିନ୍ନ ମେମ୍ସ ଅପଲୋଡ କରିଛି ଏହି ଫ୍ରାଞ୍ଚାଇଜି । ଏହାବ୍ୟତୀତ ମାଷ୍ଟବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ଶୁଭେଚ୍ଛା ବାର୍ତ୍ତାମଧ୍ୟ ଦେଖିବାକୁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲରେ ଡେବ୍ୟୁ କରିଥିବା ଚହଲ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ପାଇଁ ରାଜସ୍ଥାନ ରୋୟଲ୍ସ ପାଇଁ ଅନେକ ମ୍ୟାଚରେ ସଂକଟମୋଚକ ସାଜିଛନ୍ତି । ତେବେ ଚହଲଙ୍କ ପରେ ଡ୍ୱେନ ବ୍ରାଭୋ ୧୮୧ଟି ୱିକେଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.