fbpx

ଆଜି କାକଟପୁର ମାଆ ମଙ୍ଗଳାଙ୍କ ଶେଷ ଚୈତ୍ର ଯାତ୍ରା, ରାଜରାଜେଶ୍ୱରୀ ବେଶ ଦେଖିବାକୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼

କୋଣାର୍କ: ଆଜି ଚୈତ୍ର ମାସ ମଙ୍ଗଳବାରର ଶେଷ ପାଳି । ତେଣୁ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଆଜି ପିଠାପଣା ବାସ୍ନାରେ ଚର୍ତୁଦିଗ ମହକୁଛି । ଦାଣ୍ଡରେ ପଣା ଢଳାଯାଇ ମାଆଙ୍କ ପାଖେ ସମସ୍ତେ ପରିବାର ପାଇଁ ମଙ୍ଗଳ ମନାସନ୍ତି ।ତେବେ ଏହାରି ମଧ୍ୟରେ ଆଜି କାକଟପୁର ମାଆ ମଙ୍ଗଳାଙ୍କ ଶେଷ ଚୈତ୍ର ଯାତ୍ରା । ଏହି ଅବସରରେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ଚୈତ୍ର ମାସ ଶେଷ ମଙ୍ଗଳବାର ଥିବାରୁ ଆଜି ମାଆଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହେବ । ମାଆଙ୍କ ଦର୍ଶନ ପାଇଁ ଭୋର ୫ଟାରୁ ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଲାଗିରହିଛି । ମାଆଙ୍କ ଏହି ରାଜରାଜେଶ୍ୱରୀ ବେଶ ଅତ୍ୟନ୍ତ ମନଲୋଭା ହୋଇଥିବା ବେଳେ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିରହିଛି ।

Get real time updates directly on you device, subscribe now.