ଆଜି ପ୍ରଥମ ଟି-୨୦ରେ ମୁହାଁମୁହିଁ ହେବେ ଭାରତ- ଦକ୍ଷିଣ ଆଫ୍ରିକା, ଏହି ଆପରେ ମାଗଣାରେ ଦେଖିପାରିବେ ମ୍ୟାଚ୍‌

ଡର୍ବାନ: ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୪ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଡର୍ବାନରେ ଖେଳାଯିବ । କିଙ୍ଗ୍‌ସମିଡ୍ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଦୁଇ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଗତ ଟି-୨୦ ବିଶ୍ୱକପ୍ ଫାଇନାଲ ପରେ ଦୁଇ ଦଳ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ପାଇଁ ଉକ୍ତ ଶୃଙ୍ଖଳା ଏକ ଚ୍ୟାଲେଞ୍ଜ । ଅନ୍ୟପକ୍ଷଷର ଆଇଡେନ୍ ମାର୍କରାମଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ଘରୋଇ ମାଟିରେ ବିଜୟରୁ ଶୃଙ୍ଖଳା ଆରମ୍ଭ କରିବ ବୋଲି ଆଶାବାଦୀ ରହିଛି ।

ସିରିଜର ପ୍ରଥମ ମ୍ୟାଚ୍ କିଙ୍ଗ୍‌ସମିଡ୍ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଇତିହାସ ସାକ୍ଷୀ ରହିଛି କି ଏହା ଏକ ହାଇ ସ୍କୋରର ଗ୍ରାଉଣ୍ଡ । ଏହି ଗ୍ରାଉଣ୍ଡରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୫୩ ରନ୍ ରହିଥିବାବେଳେ ଦ୍ୱିତୀୟ ଇନିଂସରେ ହାରାହାରି ସ୍କୋର ୧୩୫ ରନକୁ ଖସି ଆସେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ୧୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରୁ ୯ ଥର ପ୍ରଥମ ବ୍ୟାଟିଂ କରିଥିବା ଦଳ ଜିତିଥିବାବେଳେ ବିପକ୍ଷ ଟିମ୍ (ଚେଜିଂ ଟିମ୍‌) ୮ ଥର ଜିତିବାରେ ସଫଳ ହୋଇଛି । ତେବେ ଗୋଟିଏ ମ୍ୟାଚର କୌଣସି ଫଳାଫଳ ବାହାରି ନଥିଲା । ଭାରତ ଏବଂ ଦକ୍ଷିଣ ଆଫ୍ରିକାର ପ୍ରଥମ ଟି-୨୦ ମ୍ୟାଚର ଲାଇଭ୍ ଷ୍ଟ୍ରିମ୍ ଜିଓ ସିନେମା ଆପରେ ଦେଖିପାରିବେ । ଏହା ସହ ସ୍ପୋର୍ଟ୍ସ ୧୮ ଟିଭି ଚ୍ୟାନେଲରେ ମ୍ୟାଚର ମଜା ନେଇପାରିବେ । ଭାରତୀୟ ସମୟ ଅନୁସାରେ ଆଜି ରାତି ୮ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ତେବେ ଆଞ୍ଚଳିକ ସମୟ(ଦକ୍ଷିଣ ଅଫ୍ରିକା) ଅନୁଯାୟୀ ମ୍ୟାଚ୍ ୫ଟାରେ ଆରମ୍ଭ ହେବ ।