fbpx

ଯୋଗୀ ଆଦିତ୍ୟନାଥଙ୍କ ଜନ୍ମଦିନ: ଅଜୟ ସିଂହ ବିଷ୍ଟରୁ କେମିତି ହେଲେ ଯୋଗୀ? ଜାଣନ୍ତୁ ପିଲାଦିନରୁ ମୁଖ୍ୟମନ୍ତ୍ରୀ ହେବାର ଯାତ୍ରା

AAKASH

ନୂଆଦିଲ୍ଲୀ:  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଜି ୫୦ ତମ ଜନ୍ମଦିନ । ଖାସ୍ କଥା ହେଉଛି ତାଙ୍କ ଜନ୍ମଦିନ ସେ ନିଜେ ପାଳନ କରିନଥାନ୍ତି, ତେବେ ଯୋଗୀଙ୍କୁ ଜନ୍ମଦିନକୁ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ସଂଗଠନ ଏବଂ କର୍ମୀମାନେ ଏଥିପାଇଁ ପ୍ରସ୍ତୁତି କରିଛନ୍ତି । ତେବେ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ଯୋଗୀଙ୍କ ପିଲାଦିନରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରା ।

୫ ଜୁନ୍ ୧୯୭୨ ରେ  ଉତ୍ତରାଖଣ୍ଡର ପୌଡ଼ୀ ଗଢ଼ୱାଲ ଜିଲ୍ଲା ସ୍ଥିତ ୟମକେଶ୍ୱର ତହସିଲରେ ପଞ୍ଚୁର ଗାଁରେ ଯୋଗୀ ଆଦିତ୍ୟନାଥଙ୍କ ଜନ୍ମ ହୋଇଥିଲା । ତାଙ୍କ ବାପା ଆନନ୍ଦ ସିଂହ ବିଷ୍ଟ ଫରେଷ୍ଟ ରେଞ୍ଜର ଥିଲେ । ତାଙ୍କ ମା’ଙ୍କ ନାମ ସାବିତ୍ରୀ ଦେବୀ । ବାପା ମାଙ୍କ ସାତ ସନ୍ତାନଙ୍କ ମଧ୍ୟରେ ତିନି ବଡ଼ ଭଉଣୀ ଏବଂ ଜଣେ ବଡ଼ ଭାଇଙ୍କ ପରେ ଯୋଗୀ ୫ମ ସନ୍ତାନ । ତାଙ୍କ ତଳେ ଦୁଇ ସାନ ଭାଇ ମଧ୍ୟ ରହିଛନ୍ତି । ୨୦ ଏପ୍ରିଲ ୨୦୨୦ ରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲେ । ଯୋଗୀ ଆଦିତ୍ୟନାଥ ଗଢ଼ୱାଲ ବିଶ୍ୱବିଦ୍ୟାଳୟରୁ ଗଣିତରେ ବିଏସସି କରିଛନ୍ତି । ଯୋଗୀ ପିଲାଦିନରୁ ହିଁ କର୍ମଠ । ବାଲ୍ୟକାଳରେ ତାଙ୍କ ମନ ଜ୍ଞାନ-ବିଜ୍ଞାନରେ ଲାଗିରହୁଥିଲା ଏହା ସହ ସେ ଆଧ୍ୟାତ୍ମିକତା ଆଡ଼କୁ ମଧ୍ୟ ଢ଼ଳି ରହୁଥିଲେ ।

ଯୋଗୀ ଆଦିତ୍ୟନାଥ ଲୋକସଭାରେ ପହଞ୍ଚିଥିବା ସବୁଠୁ କମ ବୟସର ସାଂସଦ୍କ ମଧ୍ୟରେ ସାମିଲ ରହିଛି । ଗୋରକ୍ଷ ପୀଠ ମହନ୍ତ ଅବେଧନାଥ ତାଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କରିଛନ୍ତି । ୧୯୮୮ ରେ ସେ ପ୍ରଥମଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ଯୋଗୀ ଆଦିତ୍ୟନାଥ ଦ୍ୱାଦଶରେ ପଢ଼ୁଥିବା ଲୋକସଭାରେ ସାଂସଦ ନିର୍ବାଚିତ ହୋଇଥିଲେ ସେତେବେଳେ ତାଙ୍କର ବୟସ ମାତ୍ର ୨୬ ବର୍ଷ ଥିଲା । ଏହାପରେ ଆଦିତ୍ୟନାଥ, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ ରେ ଲଗାତାର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ସେ ୨୦୧୪ ରେ ଗୋରକ୍ଷ ପୀଠର ଅଧିକାରୀ ହୋଇଥିଲେ । ଯୋଗୀ ଆଦିତ୍ୟନାଥ ହିନ୍ଦୁ ଯୁବ ବାହିନୀର ସଂସ୍ଥାପକ ମଧ୍ୟ । ହିନ୍ଦୁ ଯୁବବାହିନୀ ଏକ ସାମାଜିକ, ସାଂସ୍କୃ୍ତିକ ଏବଂ ରାଷ୍ଟ୍ରବାଦୀ ସଂଗଠନ ଅଟେ ।

ମୁଖ୍ୟମନ୍ତ୍ରୀ ଏବଂ ଗୋରକ୍ଷ ପୀଠ ମହନ୍ତ ଯୋଗୀ ଆଦିତ୍ୟନାଥ ବିଜୟଦଶମୀରରେ ଦଣ୍ଡାଧିକାରୀ ଭୂମିକା ନିଭାଇଥାନ୍ତି । ଗୋରଖନାଥ ମନ୍ଦିରରେ ହେଉଥିବା ପାତ୍ର ପୂଜାରେ ନାଥ ସଂପ୍ରଦାୟର ସନ୍ଥଙ୍କ ଅଦାଲତ ହୋଇଥାଏ । ଅଦାଲତରେ ସେ ଦଣ୍ଡାଧିକାରୀ ଭାବରେ ସନ୍ଥଙ୍କ ଆପୋଷ ବୁଝାମଣା କରାଇଥାନ୍ତି ।

୧୯୯୩ ରେ ଗଣିତ ଏମଏସସି କରୁଥିବା ସମୟରେ ଅଜୟ ସିଂହ (ସନ୍ୟାସ ଗ୍ରହଣ କରିବା ପରେ ଯୋଗୀ ଆଦିତ୍ୟନାଥ ହୋଇଥିଲା), ଗୁରୁ ଗୋରଖନାଥ ଉପରେ ରିସର୍ଚ୍ଚ କରିବାକୁ ଗୋରଖପୁର ପହଞ୍ଚିଥିଲେ । ଏଠାରେ ରହୁଥିବା ସମୟରେ ତକ୍ରାଳୀନ ଗୋରକ୍ଷ ପୀଠ ମହନ୍ତଙ୍କ ସହ ସାକ୍ଷାତ ହୋଇଥିଲା ଏବଂ ସେ ପୀଠର ମହନ୍ତଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ।

ସିଏମ ହେବା ପରେ ବି ସେ ସାଧାରଣ ଜୀବନ ଜିଉଁଛନ୍ତି । ମୋଦୀ ନିଜ ଗେରୁଆ ବସ୍ତ୍ରକୁ ନେଇ ମଧ୍ୟ ବେଶ୍ ପରିଚିତ ।  ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ସାଂସଦ ଭାବରେ ଯୋଗୀ ଆଦିତ୍ୟନାଥ ଅନେକ ମୁଦ୍ଦାକୁ ନେଇ କାମ କରିଛନ୍ତି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଭାବଶାଳୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସବୁଠୁ ଆଗରେ । ସେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଶ୍ରେଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଯୋଗୀ ଆଦିତ୍ୟନାଥ ନିଜର କର୍ମଠତା, ନିଜର ସାଧାରଣ ଜୀବନଶ୍ରେଳୀ ସଚ୍ଚୋଟ ନେତାର ଛବିକୁ ନେଇ ବେଶ୍ ପରିଚିତ ।

Get real time updates directly on you device, subscribe now.