fbpx
BSKY
BJD YOUTH SKY
BJD MS SKY

ଦେଶରେ ପୁଣି ଆଜି ପୁଣି ୪ ହଜାର ଉପରେ ସଂକ୍ରମିତ ଚିହ୍ନଟ, ୨୪ ହଜାରୁ ଅଧିକ ହେଲା ସକ୍ରିୟ ମାମଲା

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ବଢୁଥିବା କରୋନା ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କ ମନରେ ଚିନ୍ତା ବଢାଇ ଦେଲାଣି। ଦେଶରେ ଲଗାତାର ତିନି ଧରି ଚାରି ହଜାର ପାଖାପାଖି ମାମଲା ସାମ୍ନାକୁ ଆସୁଛି। ସ୍ୱାସ୍ତ୍ୟବିଭାଗ ପକ୍ଷରୁ ଜାରି ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ଦେଶରେ ୪ ହଜାର ୨୭୦ ମାମଲା ସାମ୍ନାକୁ ଆସିଛି । ତେବେ ଗତକାଲି ୩,୯୬୨ ମାମଲା ଚିହ୍ନଟ ହୋଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ତିନି ଦିନ ମଧ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ବର୍ତ୍ତମାନ ଦେଶରେ ୨୪,୦୫୨ ସକ୍ରିୟ ରୋଗୀ ଅଛନ୍ତି। ଶନିବାର ତୁଳନାରେ ପ୍ରାୟ ଦୁଇ ହଜାର ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨,୬୧୯ ଜଣଙ୍କୁ ଡିସଚାର୍ଜ କରାଯାଇଥିଲା ଏବଂ କରୋନା ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। କରୋନାର ଏହି ବଢୁଥିବା ଆକଳନ ପୁଣିଥରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବାଢ଼ିଦେଇଛି।

ଦେଶରେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା କରୋନା ରୋଗୀଙ୍କ ବିଷୟରେ କହିବାକୁ ଗଲେ ସେମାନଙ୍କ ସଂଖ୍ୟା ୪,୩୧,୭୬,୮୧୭ ରେ ପହଞ୍ଚିଛି। ଏକାସାଙ୍ଗରେ, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୪,୨୬,୨୮,୦୭୩ ଲୋକ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୬୯୨ ରେ ପହଞ୍ଚିଛି।

Get real time updates directly on you device, subscribe now.