fbpx

‘୧୦ମ ପରେ ଶିକ୍ଷିତ ବେରୋଜଗାର ହୋଇଯାନ୍ତି ଛାତ୍ର-ଛାତ୍ରୀ’: ପଶ୍ଚିମବଙ୍ଗର ବରିଷ୍ଠ ନେତାଙ୍କ ବୟାନ

ପଶ୍ଚିମବଙ୍ଗ ମନ୍ତ୍ରୀ ସୋଭନଦେବ ଚାଟାର୍ଜୀଙ୍କ ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି । ମମତାଙ୍କ କ୍ୟାବିନେଟ ମନ୍ତ୍ରୀ ସୋଭନଦେବ ଚାଟାର୍ଜୀ କହିଛନ୍ତି ଯେ ୧୦ମ ରେଜଲ୍ଟ ପରେ ଛାତ୍ର-ଛାତ୍ରୀ ଶିକ୍ଷିତ ବେରୋଜଗାର ହୋଇଯାନ୍ତି । ଶନିବାର ମମତା କ୍ୟାବିନେଟର ଏହି ବରିଷ୍ଠ ମନ୍ତ୍ରୀ କୋଲକାତରେ ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିବା ସହ କହିଥିଲେ ଯେ ୧୦ ମ ରେଜଲ୍ଟ ଆସିବା ପରେ ପାସ କରିଥିବା ପରୀକ୍ଷାର୍ଥୀ ଶିକ୍ଷିତ ବେରାଜଗାର ହୋଇଛନ୍ତି ।

ମନ୍ତ୍ରୀ କଲିକତାରେ ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଏକ ଏଜୁକେସନ ଫେୟାରର ଉଦଘାଟନ ସମାରୋହକୁ ସମ୍ବୋନ୍ଧିତ କରୁଥିଲେ । ପଶ୍ଚିମବଙ୍ଗ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ ତରଫରୁ ୧୦ ମ ରେଜଲ୍ଟ ଜାରି ହେବାର ଗୋଟିଏ ଦିନ ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ସେ କହିଥିଲେ ୧୨ ଲକ୍ଷ ଛାତ୍ରଛାତ୍ରୀ ମାଧ୍ୟମିକ ପରୀକ୍ଷା ଦେଇଥିଲେ, ଯେଉଁଥିରୁ ୮୬ ପ୍ରତିଶତ ପାସ୍ କରିଛନ୍ତି, ଏହା ପରେ ସବୁ ଶିକ୍ଷିତ ବେରୋଜଗାର ହୋଇଛନ୍ତି । ସେ କହିଛନ୍ତି ଯେ ଏହା ପରେ ଉଚ୍ଚଶିକ୍ଷା, ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନ, ପଲିଟେକନିକ ସେମାନେ ମଧ୍ୟ… ବରିଷ୍ଠ ମନ୍ତ୍ରୀ କହିଛନ୍ତି ଯେ ସବୁ ଦିନ ଅନେକ ଛାତ୍ର ପାସ୍ କରୁଛନ୍ତି କିନ୍ତୁ ସେମାନେ କେବଳ ଭାବୁଥାନ୍ତି ଯେ ତାଙ୍କୁ ଚାକିରି ମିଳଯିବ କିନ୍ତୁ ଗ୍ରାଜୁଏସନ କିମ୍ବା ପୋଷ୍ଟ ଗ୍ରାଜୁଏସନ ପାଇଁ କୌଣସି ଚାକିରି ନାହିଁ ।

ଗୋଟିଏ ପଟେ ବିରୋଧୀ ବେରୋଜଗାରୀକୁ ନେଇ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରୁଥିବା ବେଳେ ଚାଟାର୍ଜୀଙ୍କର ବିବାଦୀୟ ବୟାନକୁ ନେଇ ରାଜନୀତି ଜୋର ଧରିଛି । ସୂଚନାଯୋଗ୍ୟ, ଶନିବାର ପଶ୍ଚିମବଙ୍ଗ ବୋର୍ଡ ୧୦ମ ପରୀକ୍ଷାର ରେଜଲ୍ଟ ଘୋଷଣା କରିଛି । ସମୁଦାୟ ୮୬.୬୦ ପ୍ରତିଶତ ଛାତ୍ର ପରୀକ୍ଷାରେ ପାସ୍ କରିଛନ୍ତି ।

Get real time updates directly on you device, subscribe now.