fbpx

ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ, ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବେ ବାମପନ୍ଥୀ ଦଳ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଆଜି ୬ ଘଣ୍ଟିଆ ଓଡିଶା ବନ୍ଦ ପାଳନ ହେବ। ପେଟ୍ରୋଲ୍‌, ଡିଜେଲ୍‌, ରନ୍ଧନ ଗ୍ୟାସ୍‌ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଳାଇବେ ବାମପନ୍ଥୀ ଦଳ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ପାଳନ ହେବ । କଂଗ୍ରେସ ଓ ଅଖିଳ ଭାରତୀୟ ଛାତ୍ରସଂଘ ପରି ଦଳ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି ।

ସୂଚନା ମୁତାବିିକ, ପେଟ୍ରୋଲ୍‌, ଡିଜେଲ୍‌, ରନ୍ଧନ ଗ୍ୟାସ୍‌ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳଙ୍କ ଦ୍ୱାରା ଗୁରୁବାର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛନ୍ତି । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏ ବନ୍ଦ ପାଳନ ହେବ । କଂଗ୍ରେସ ଓ ଅଖିଳ ଭାରତୀୟ ଛାତ୍ରସଂଘ ପରି ଦଳ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ଓଡିଶା ବନ୍ଦକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଳାପାଳଙ୍କୁ ଚିଠି ଲେଖାଯାଇଛି । ବନ୍ଦ ପାଳନ ସମୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଗୃହ ସଚିବ ସନ୍ତୋଷ ବାଲା ଚିଠିରେ ଉଲ୍ଲେଖ କରିଛନ୍ତି ।

ସେ ଚିଠିରେ ଦର୍ଶାଇଛନ୍ତି ଯେ ବନ୍ଦପାଳନ ସମୟରେ ବ୍ୟବସାୟିକ ପ୍ରତିଷ୍ଠାନ, ମାର୍କେଟ୍‌, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ କାର୍ଯ୍ୟାଳୟ, କୋର୍ଟ, ପେଟ୍ରୋଲ୍‌ ପମ୍ପ, ବ୍ୟାଙ୍କ, ଆର୍ଥୀକ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିପାରେ ।

ସେହିପରି ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇପାରେ । ତେବେ ବନ୍ଦ ପାଳନ ସମୟରେ ଜରୁରୀ କାଳୀନ ବ୍ୟବସ୍ଥା ଜାରି ରଖିବା ପାଇଁ ଗୃହ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସନ୍ତୋଷ ବାଲା ସମସ୍ତ ସଚିବମାନଙ୍କୁ ପଠାଇଥିବା ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଲୋକସେବା ଭବନ, ରାଜୀବ ଭବନ, ବିଭିନ୍ନ ସରକାରୀ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ କର୍ମଚାରୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇପାରିବ । ସୁରକ୍ଷା ଦୃଷ୍ଟିରୁ ଲୋକସେବା ଭବନର ସମ୍ମୁଖ ଗେଟ୍‌ ଗୁରୁବାର ସକାଳ ୧୦ଟା ୧୫ ସୁଦ୍ଧା ବନ୍ଦ ହେବ ବୋଲି ସେ ଦର୍ଶାଇଛନ୍ତି । କାର୍‌ ପାସ୍‌ ବିନା ଗାଡ଼ି ଗୁଡ଼ିକୁ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

Get real time updates directly on you device, subscribe now.