ଭୁବନେଶ୍ୱର, ୨୨/୬(ଓଡିଶା ଭାସ୍କର): ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।ପେଟ୍ରୋଲ ଲିଟର ପିଛା ୩୩ ପଇସା ବଢିଥିବା ବେଳେ ଡିଜେଲ ୫୮ ପଇସା ବୃଦ୍ଧି ପାଇଛି। ଏହି କ୍ରମରେ ପେଟ୍ରୋଲ ୮୦ ଟଙ୍କା ଅତିକ୍ରମ କରିଥିବା ବେଳେ ଡିଜେଲ ଲିଟର ପିଛା ୭୭ଟଙ୍କା ପାର୍ ପାଇଛି । ଲଗାତାର ୧୬ ଦିନ ଧରି ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର।
ତେବେ ଚୀନ ସମେତ କେତେକ ଦେଶରେ ଲକଡାଉନ୍ ନିୟମ କୋହଳ ହେବା କାରଣରୁ ତେଲ ଚାହିଦା ବଢି ଯାଇଛି । ଏଥିଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ବଢ଼ିବାରେ ଲାଗିଛି।