fbpx

ଆଜି ଡିଜିଟାଲ ହେଲ୍‌ଥ ମିଶନର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଦେଶରେ ଜାତୀୟ ଡିଜିଟାଲ ହେଲ୍‌ଥ ମିଶନ (ଏନ୍‌ଡିଏଚ୍‌ଏମ୍‌) ର ଶୁଭାରମ୍ଭ କରିବେ । ତେବେ ଏହାର ନାମ ବଦଳାଯାଇ ପ୍ରଧାନମନ୍ତ୍ରୀ ଡିଜିଟାଲ ହେଲ୍‌ଥ ମିଶନ (ପିଏମ୍‌-ଡିଏଚ୍‌ଏମ୍‌) କରିଦିଆଯାଇଛି ।ଏହି ମିଶନ ଅଧୀନରେ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡି ମିଳିବ । ଏଥିରେ ୧୪ ଅଙ୍କ ବିଶିଷ୍ଟ ଏକ ଆଇଡି ନମ୍ବର ରହିବ । ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମସ୍ତ ସ୍ୱାସ୍ଥ୍ୟଗତ ରେକର୍ଡ ସ୍ଥାନ ପାଇବ । ଆଧାର ନମ୍ବର ଓ ମୋବାଇଲ ନମ୍ବରକୁ ନେଇ ଏହି ଆଇଡି ପ୍ରସ୍ତୁତ କରାଯିବ। ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ହେଉଛି ଏହାର ଉଦ୍ଦେଶ୍ୟ ।

୨୦୨୦ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ସ୍ୱାଧୀନତା ଉତ୍ସବ ଅଭିଭାଷଣରେ ମୋଦି ଏହି ମିଶନର ପାଇଲଟ୍‌ ପ୍ରକଳ୍ପ ଘୋଷଣା କରିଥିଲେ ।ଏବେ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହା ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକାରୀ ହେଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ କୁହାଯାଇଛି ଯେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୭ ପୂର୍ବାହ୍ନ ୧୧ଟାରେ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କରିବେ । ଏହାପରେ ସେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଉପସ୍ଥିତ ରହିବେ ।

Get real time updates directly on you device, subscribe now.