fbpx
BJD SKY
BJD SKY

ଆଜି ସର୍ବସାଧାରଣଙ୍କ ଦର୍ଶନ ବନ୍ଦ, କରାଯାଉଛି ସାନିଟାଇଜ୍

BJD

ପୁରୀ, ୨୪ା୧ (ଓଡିଶା ଭାସ୍କର): ଆଜି ରବିବାର ଥିବାରୁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରାଯାଉଛି । ବିନା କୋଭିଡ ରିପପୋର୍ଟରେ ଭକ୍ତ ପ୍ରଭୁଙ୍କ ଦର୍ଶନ କରୁଥିବାରୁ ମନ୍ଦିର ପରିସରକୁ ସାନିଟାଇଜ କରିବା ନେଇ ଅଧିକ ଗୁରୁତ୍ୱ ଦିଆଯାଉଛି । ଏନେଇ ପୂର୍ବରୁ ଏସଓପି ଜାରି କରାଯାଇଥିଲା ।

ତେବେ ପୁରୀବାସୀ ପାଇଁ ଦର୍ଶନ କରିବାର ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ପୁରୀ ଭକ୍ତମାନେ ସକାଳ ୭ଟା ପରେ ଦର୍ଶନ କରିପାରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସେହିପରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.