fbpx

ଆଜି ଶ୍ରୀମନ୍ଦିରରେ ମହାବାହୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ନ ୨ଟାରୁ ସର୍ବସାଧାରଣ ବନ୍ଦ

ପୁରୀ,(ଭାସ୍କର ନ୍ୟୁଜ୍): ଆଜି ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତଥି ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ । ଏଣୁ ଅପରାହ୍ନ ୨ଟାରୁ ସର୍ବସାଧାରଣ ବନ୍ଦ ରହିବ । ଶ୍ରୀବିଗ୍ରହଙ୍କ ଶ୍ରୀମୁଖରେ ସ୍ୱର୍ଣ୍ଣ ନିର୍ମିତ ଏକ ବଳୟ(ପଟି)କୁ ରାହୁରେଖା କୁହାଯାଏ । ରାହୁରେଖା ଲାଗିପରେ ଠାକୁରଙ୍କ ମହାସ୍ନାନ ନୀତି ବଢି ପରବର୍ତ୍ତୀ ନୀତି ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି।

ଅପରାହ୍ନରେ ଦଇତାପତି ସେବକମାନେ ରାହୁରେଖା ଲାଗି ନୀତି ପାଇଁ ସେବା କରିବେ। ଭୋଗମଣ୍ଡପ ନୀତି ଶେଷ ପରେ ରାହୁରେଖା ନୀତି ଅନୁଷ୍ଠିତ ହେବ।

Get real time updates directly on you device, subscribe now.