fbpx

ଆଜିଠୁ ଏସ୍‌ସିବିରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ (ଭାସ୍କର ନ୍ୟୁଜ୍):  ଆଜି ଏସ୍‌ସିବିରେ ବହୁ ପ୍ରତୀକ୍ଷିତ ଇକ୍‌ମୋ ଚିକିତ୍ସାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସ୍‌ସିବିରେ ଥିବା ୯ଟି ଇକ୍‌ମୋ ମେସିନ୍‌କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପରେ ଆନୁଷ୍ଠାନିକ ଭାବେ ଚିକିତ୍ସା ଆରମ୍ଭ ହେବ।  ୫ଜଣ ରୋଗୀ ଇକମୋ ନେବାକୁ ଚିହ୍ନଟ ହୋଇଥିଲେ ମଧ୍ୟ ପ୍ରଥମ ଦିନରେ ୨ଜଣ ରୋଗୀଙ୍କୁ ଏହି ଚିକିତ୍ସା ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ଇକ୍‌ମୋ ଚିକିତ୍ସା ବ୍ୟବସ୍ଥାର ଲୋକାର୍ପଣ କରିବା ପରେ ରୋଗୀ ସେବା ଆରମ୍ଭ ହେବ ।

ସୂଚନା ମୁତାବିକ, ଶୁକ୍ରବାର ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଆସୁଛନ୍ତି। ସେ ଦିନ ପ୍ରାୟ ସାଢ଼େ ୧୧ଟାରେ ମୁଖମନ୍ତ୍ରୀ ନବୀନ ନିବାସ ଛାଡ଼ିବେ । ଏହା ପରେ ବିଜୁପଟ୍ଟନାୟକ ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ କଟକ ଆସିବେ । ଦିନ ପ୍ରାୟ ୧୧ଟା ୫୫ ମିନଟ୍‌ରେ ବୋସ୍‌ ସ୍କୁଲ୍‌ ଖେଳପଡ଼ିଆରେ ଅସ୍ଥାୟୀ ଭାବେ ନର୍ମାଣ ହୋଇଥିବା ହେଲିପ୍ୟାଡ୍‌ରେ ପହଞ୍ଚିବେ । ଏହା ପରେ ସେ କାର୍‌ ଯୋଗେ ଏସ୍‌ସିବି ଅଭିମୁଖେ ବାହାରିବେ । ଏହି ଅବସରରରେ ନୂତନ ତାଳଦଣ୍ଡା ସଂପ୍ରସାରିତ ରୋଡ୍‌ ବୁଲି ଦେଖିବେ । ଯୋବ୍ରା ନିକଟରେ ‘ଆଇ ଲଭ୍‌ ୟୁ କଟକ’ ସାଇନ୍‌ ବୋର୍ଡ ପାଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ସାମାନ୍ୟ ଅଟକିବେ । ପରେ ଏସ୍‌ସିବି କାର୍ଡିଓଥୋରାସିସ୍‌ ୱାର୍ଡରେ ଥିବା ‘ଇକ୍‌ମୋ’ ୟୁନିଟ୍‌ରେ ପହଞ୍ଚି ଉଦ୍‌ଘାଟନ କରିବେ । ସେଠାରେ କିଛି ସମୟ କଟାଇବା ପରେ ଭୁବନେଶ୍ୱର ଫେରିଯିବେ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟ ୮ ପ୍ଲାଟୁନ୍‌ ଫୋର୍ସ ସୁରକ୍ଷାରେ ନିୟୋଜିତ ହେବେ । ଏଥିସହିତ ୬୦ ଜଣ ଅଫିସର ଓ ବରିଷ୍ଠ ଅଫିସର ମଧ୍ୟ ଦାୟିତ୍ୱ ତୁଲାଇବେ । ୪୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏସିପି ଓ ୩ ଜଣ ଏଡିସିପି ସୁରକ୍ଷା ତଦାରଖ କରିବେ । ଡିସିପି ପ୍ରତୀକ ସିଂହ ସଂପୂର୍ଣ୍ଣ ବ୍ୟବସ୍ଥାକୁ ତଦାରଖ କରିବେ । ତେବେ ଏହି ଗସ୍ତର ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଗତାକଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଡିସିପି ପ୍ରତୀକ ସିଂହ ଅନୁଧ୍ୟାନ କରିଛନ୍ତି ।

Get real time updates directly on you device, subscribe now.