fbpx
BJD
BJD SKY
BJD SKY

ଆଜି ବସନ୍ତ ପଞ୍ଚମୀ, ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କ ଆରାଧନା ଦିବସ

“ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା

ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା ।

ଯା ବ୍ରହ୍ମାଚ୍ୟୁତ ଶଂକର ପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା

ସା ମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷକାଡ୍ୟାପହା ।।’’

ଆଜି ହେଉଛି ବସନ୍ତ ପଞ୍ଚମୀ । ଏହି ଦିବସରେ ବିଦ୍ୟାଦାତ୍ରୀ ମାତା ସରସ୍ୱତୀଙ୍କ ଆରାଧନା କରାଯାଏ । ସରସ୍ୱତୀଙ୍କୁ ଶିକ୍ଷାର ଦେବୀ ବୋଲି ବିବେଚନା କରାଯାଏ । ପ୍ରତିବର୍ଷ ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମ ଦିବସକୁ ବସନ୍ତ ପଞ୍ଚମୀ ଭାବେ ପାଳନ କରାଯାଇଥାଏ ।

ଦେବୀ ସରସ୍ୱତୀ ହେଉଛନ୍ତି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ । ସେ ହେଉଛନ୍ତି ବିଦ୍ୟାର ଭଣ୍ଡାର, କଣ୍ଠ ଦାୟିନୀ । ଆଜିର ଦିନରେ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ସରରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ବାଗଦେବୀଙ୍କ ଆରାଧନା ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ମା’ଙ୍କର ପୂଜାରେ ଘଣ୍ଟ ଘଣ୍ଟି ଶବ୍ଦରେ ଏକ ଭକ୍ତିଭାବ ମନରେ ଜାଗ୍ରତ ହୋଇଥାଏ । ଦେବୀ ଶୁଭ୍ରବସ୍ତ୍ର ଓ ପୁଷ୍ପମାଳାରେ ମଣ୍ଡିତ ହୋଇଥାନ୍ତି । ସରସ୍ୱତୀଙ୍କ ପୂଜା ସ୍ଥଳରେ ହୋମ କରାଯିବା ସହିତ ଉଖୁଡ଼ା, କଦଳୀ ଆଦି ବିଭିନ୍ନ ନୈବେଦୀ ସମର୍ପିତ କରାଯାଇଥାଏ ।

ସରସ୍ୱତୀ ପୂଜା ପ୍ରାଚୀନ କାଳରୁ ହୋଇ ଆସୁଥିବା ଏକ ମହାନ ପର୍ବ । ସ୍କୁଲରେ ପିଲାମାନେ ନୂଆ ବସ୍ତ୍ର ପରିଧାନ କରି ଫୁଲ ଓ ଭୋଗ ଧରି ବିଦ୍ୟାଳୟକୁ ଯାଇଥାନ୍ତି । ପୂଜା ଶେଷରେ ପୁଷ୍ପାଞ୍ଜଳି ଅର୍ପଣ କରି ପ୍ରସାଦ ସେବନ କରନ୍ତି । ବୈଦିକ ଯୁଗରୁ ଭାରତବର୍ଷରେ ଦେବୀ ସରସ୍ୱତୀଙ୍କର ଆରାଧନା ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ସରସ୍ୱତୀଙ୍କ ବିନା ସିଦ୍ଧି ଓ ବିଦ୍ୟାଲାଭ ଅସମ୍ଭବ । ସକଳ କ୍ଷେତ୍ରରେ ସଫଳତା ଓ ବିଦ୍ୟାର୍ଜନରେ ଯଶସ୍ୱୀ ହେବା ପାଇଁ ବିଦ୍ୟାଜନନୀ ସରସ୍ୱତୀଙ୍କ ପାଦପଦ୍ମରେ ମନପ୍ରାଣ ଅର୍ପଣ କରିବା ଉଚିତ ।

 

Get real time updates directly on you device, subscribe now.