fbpx

ତୈଳ ଦର ଅସମ୍ଭାଳ: କ୍ରମାଗତ ଅଷ୍ଟମ ଦିନରେ ପେଟ୍ରୋଲ ଡିଜେଲ ମହଙ୍ଗା

ନୂଆଦିଲ୍ଲୀ, ୧୬ା୨: ଦେଶରେ ଲଗାତର ତୈଳ ଦର ବଢ଼ିଚାଲିଛି । କ୍ରମାଗତ ଭାବେ ଅଷ୍ଟମ ଦିନ ପାଇଁ ଦେଶରେ ତୈଳ ଦଳ ବୃଦ୍ଧି ପାଇଛି । ଦେଶରେ ପେଟ୍ରୋଲ ଲିଟର ପିଛା ୨୬-୩୦ ପଇସା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଲିଟର ପିଛା ୩୩ରୁ ୩୮ ପଇସା ବୃଦ୍ଧି ପାଇଛି ।

ମୁମ୍ବାଇରେ ପେଟ୍ରୋଲ ଲିଟର ୯୫.୭୫ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ୮୭.୭୨ ଟଙ୍କା ରହିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ୮୯.୨୯ ଟଙ୍କା ଓ ଡିଜେଲ ୭୯.୭୦କୁ ବୃଦ୍ଧି ପାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨ ପଇସା ବଢ଼ିଥିବା ବେଳେ ଡିଜେଲ ଲିଟର ପିଛା ୧୦ ପଇସା ବଢ଼ିଛି । ଗତକାଲି ପେଟ୍ରୋଲ ଲିଟର ୯୦.୧୫ ଟଙ୍କା ରହିଥିବା ଆଜି ୯୦.୧୭ ଟଙ୍କାକୁ ବୃଦ୍ଧି ପାଇଛି । କଟକରେ ପେଟ୍ରୋଲ ଲିଟର ୯୧.୧୦ ଟଙ୍କା, ଗଜପତି ଜିଲ୍ଲାରେ ୯୨.୧୨ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ୮୭.୦୧ ରହିଥିବା ବେଳେ କଟକରେ ୮୬.୯୫ ଟଙ୍କା ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.