fbpx

କୋଟିଆରେ ଆନ୍ଧ୍ରର ନିର୍ବାଚନ: ଶୁଣାଣି ପୂର୍ବରୁ ଦସ୍ତାବିଜ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬ା୨ (ଓଡିଶା ଭାସ୍କର): ଓଡ଼ିଶା ସୀମାନ୍ତବର୍ତ୍ତୀ ଗ୍ରାମରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ନିର୍ଦ୍ଦେଶ ଦେଇଛି । ଏହି ପ୍ରସଙ୍ଗଟି ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାର ଶୁଣାଣି ପୂର୍ବରୁ ସମସ୍ତ କାଗଜପତ୍ର ପ୍ରସ୍ତୁତ ରଖିବାକୁ ରାଜସ୍ୱ ବିଭାଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ଅବସରରେ ସମସ୍ତ ଦସ୍ତାବିଜ ପ୍ରସ୍ତୁତ କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ କୁହାଯାଇଛି । ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଆସନ୍ତା ଶୁକ୍ରବାର ଦିନ କରାଯିବ ।

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲାର କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ପ୍ରଦୀପ ମାଝୀ, ଜୟରାମ ପାଙ୍ଗୀଙ୍କ ପରି ଅନେକ ନେତା ଓ ଜନତା ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗକୁ ବିରୋଧ କରିବା ସହ ରାସ୍ତାରୋକ କରିଥିଲେ ।

Get real time updates directly on you device, subscribe now.