fbpx
BJD
BJD SKY
BJD SKY

ଆଜି ଶୁବମନ ଖେଳିବେ କି ନାହିଁ: ଭାରତର ଟେନସନ୍ ବଢ଼ାଇବେ ଅଷ୍ଟ୍ରେଲିଆର ୫ ଜଣ ଖେଳାଳି

BJD

ନୂଆଦିଲ୍ଲୀ: ଚଳିତ ଆଇସିସି ଦିନିକିଆ ବିଶ୍ୱକପର ପଞ୍ଚମ ମ୍ୟାଚରୁ ଭାରତ-ଅଷ୍ଟ୍ରେଲିଆ ସେମାନଙ୍କର ଯାତ୍ରା ଆରମ୍ଭ କରିବେ । ସେଥିପାଇଁ ଦୁଇ ଅଧିନାୟକ ରୋହିତ ଶର୍ମା ଓ ପ୍ୟାଟ କମିନ୍ସ ସେମାନଙ୍କର ବାହିନୀଙ୍କୁ ପ୍ରସ୍ତୁତ କରି ରଖିଛନ୍ତି । ତେବେ ଯୁବ ଓପନର ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲଙ୍କୁ ନେଇ ଭାରତ ଚିନ୍ତାରେ ରହିଛି । ଆଜି ଶୁବମନ ଖେଳିବେ କି ନା ତାହା ଏବେ ବି ସ୍ପଷ୍ଟ ହୋଇନାହିଁ ।

ତେବେ ଏହି ପ୍ରସଙ୍ଗରେ ରୋହିତ କହିଛନ୍ତି, ଶୁବମନ ମ୍ୟାଚରୁ ବାଦ୍ ପଡ଼ିନାହାହାନ୍ତି । ଖୁବଶୀଘ୍ର ଏହି ଷ୍ଟାର ଖେଳାଳି ଫିଟ ହୋଇଯିବେ ବୋଲି ଆଶା କରାଯାଉଛି । ଗିଲ ଏବେ ବି ବୀମାର ଅଛନ୍ତି । ତେଣୁ ମୁଁ ଚାହୁଁଛି ସେ ଠିକ୍ ହୋଇଯାଆନ୍ତୁ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳନ୍ତୁ । ସେ ଏବେ ବି ସମ୍ପୂର୍ଣ୍ଣ ଭାବେ ମ୍ୟାଚରୁ ବାହାର ହୋଇନାହାନ୍ତି । ସୁସ୍ଥ ହେବା ପାଇଁ ତାଙ୍କୁ ସମସ୍ତ ସୁଯୋଗ ଦିଆଯିବ । ଗିଲ ଜଣେ ଯୁବ ଖେଳାଳି ହୋଇଥିବା ବେଳେ ତାଙ୍କର ଶରୀର ଫିଟ୍ ଅଛି । ସେଥିପାଇଁ ସେ ଶୀଘ୍ର ଭଲ ହୋଇଯିବେ । ଯଦି ଗିଲ ନ ଖେଳିବେ େତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଈଶାନ କିଶାନ ଓପନିଂ ଭାର ସମ୍ଭାଳି ପାରନ୍ତି ।

ତେବେ ଚଳିତ ବିଶ୍ୱକପରେ ଆଜି ଭାରତର ପ୍ରଥମ ପରୀକ୍ଷା ହୋଇଥିବା ଅଷ୍ଟ୍ରେଲିଆର ୫ ଜଣ ଖେଳାଳିଙ୍କ ଉପରେ ଭାରତର ନଜର ରହିବ । ଏହି ଖେଳାଳିମାନେ ପ୍ରତିପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟି ପାରନ୍ତି । କାରଣ ଅଷ୍ଟ୍ରେଲିଆ ଟିମରେ ଏକାଧିକ ଷ୍ଟାର ପ୍ଲେୟାର ରହିଛନ୍ତି । ଡେଭିଡ ୱାର୍ଣ୍ଣର ଜଣେ ଅନୁଭବୀ ଖେଳାଳି ହୋଇଥିବା ବେଳେ ସେ ଭାରତ ବିପକ୍ଷରେ ୨୫ଟି ଦିନିକିଆରେ ୫୧ ଆଭରେଜରେ ରନ୍ ସଂଗ୍ରହ କରିଛନ୍ତି । ଷ୍ଟିଭ୍ ସ୍ମିଥ ଭାରତ ବିପକ୍ଷରେ ୨୭ଟି ମ୍ୟାଚରେ ୫୪.୭୮ ଆଭରେଜରେ ରନ୍ ସଂଗ୍ରହ କରିଛନ୍ତି । ମିଚେଲ ଷ୍ଟାର୍କ ଭାରତ ବିପକ୍ଷରେ ୧୭ଟି ଦିନିକିଆରେ ୨୬ଟି ୱିକେଟ ନେଇଛନ୍ତି । ପ୍ୟାଟ କମିନ୍ସ ଭାରତ ବିପକ୍ଷରେ ୧୯ଟି ଦିକିଆରେ ୨୬ଟି ୱିକେଟ ନେଇଛନ୍ତି । ଆଡମ ଜାମ୍ପା ଭାରତ ବିପକ୍ଷରେ ୨୧ଟି ଦିନିକିଆରେ ୩୪ଟି ୱିକେଟ ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଚେନ୍ନାଇରେ ଦୁଇ ଟିମ ମଧ୍ୟରେ ୩ଟି ମ୍ୟାଚ ଖେଳାଯାଇଥିବା ବେଳେ କଙ୍ଗାରୁ ୨ଟି ଓ ଭାରତ ଗୋଟିଏରେ ବିଜୟୀ ହୋଇଛି ।

Get real time updates directly on you device, subscribe now.