fbpx
BJD SKY
BJD SKY

ଟ୍ରକକୁ ପଛରୁ ପିଟିଲା ତୀର୍ଥଯାତ୍ରୀ ବସ୍: ୨୧ ଜଣ ଆହତ, ବସ୍ ଡ୍ରାଇଭର ଗୁରୁତର

BJD

ସୋର: ରାଜ୍ୟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଘଟିବା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଏକ ଟ୍ରକ ପଛକୁ ତୀର୍ଥଯାତ୍ରୀ ବସ ପିଟିବା ଜଣାପଡିଛି । ଏଥିରେ ୨୧ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର ଗୁରୁତର ଅଛନ୍ତି ।

ସୂଚନା ଅନ୍ୟୁାୟୀ, ନେପାଳରୁ ୬୦ ଜଣ ତୀର୍ଥଯାତ୍ରୀଙ୍କୁ ଧରି ଏହି ବସ୍ ପୁରୀ ଆସୁଥିଲା । ୧୬ନଂ ଜାତୀୟ ରାଜପଥ କଲେଜ ଛକ ରାସ୍ତାରେ ଏକ ଛିଡା ହୋଇଥିବା ଟ୍ରକକୁ ଏହି ତୀର୍ଥଯାତ୍ରୀ ବସ ପିଟିଥିଲା । ଯାହାଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଛି । ବସ ଡ୍ରାଇଭର ଅନ୍ୟମନଷ୍କ ହୋଇ ପିଟିଥିବା କଥା ଅନୁମାନ କରାଯାଉଛି । ସବୁଠାରୁ ବଡ଼ ଆଶ୍ୱସ୍ତିକର ଏହା ଯେ, ଏଥିରେ କୌଣସି ଏପର୍ୟ୍ୟନ୍ତ ପ୍ରାଣହାନୀ ଘଟିନାହିଁ ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ପୋଲିସ ପହଁଚି ଆମ୍ବୁଲାନ୍ସ ଡାକାଇଥିଲେ । ଏହାପରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟାନ୍ୟ ଆହତଙ୍କର ଚିକିତ୍ସା ଚାଲିଛି । ଦୁର୍ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.