fbpx

Big Breaking : ମର୍ଣ୍ଣିଂ ୱାକ୍ ବେଳେ ଚଢ଼ିଗଲା ଗାଡି, ପୃଥକ ସ୍ଥାନରେ ୩ ମୃତ

ଭୁବନେଶ୍ୱର : ଗାଡି ଚଢିଯିବାରୁ ପୃଥକ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ମର୍ଣ୍ଣିଂ ୱାକ୍ ବେଳେ ଘଟିଛି ବୋଲି ସୂଚନା ମିଳିଛି । ଅନୁଗୁଳ ପାଳଲହଡା ମୁକ୍ତାପୁର ଛକରେ ୨ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମର୍ଣ୍ଣି ୱାକ୍ ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇଥିବାର ଜଣା ପଡିଛି ।

ସେହିପରି ବଲାଙ୍ଗିରରେ ମଧ୍ୟ ଏକ ଅଭାବନୀୟ ଘଟଣା ଘଟିଛି । ପାଟଣାଗଡ ରାସ୍ତାରେ ଯୁବକଙ୍କ ଉପରେ ଏକ ଭ୍ୟାନ ଚଢିଯାଇଥିଲା । ସୂଚନା ମିଳିଛି ଯେ, ଗେଡାବାଋ୍‌ଜି ଛକରେ ଯୁବକଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଭ୍ୟାନ ଚମ୍ପଟ ମାରିଥିଲା । ତେବେ ଭ୍ୟାନ ଡ୍ରାଇଭରକୁ ଗିରଫ ଦାବିରେ ପରିବାର ଲୋକେ ରାସ୍ତାରୋକ କରିଛନ୍ତି । ମୃତଦେହ ରଖି ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି । ଏଭଳି ରାସ୍ତାରୋକ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.