fbpx

ଆଜି ସୁପ୍ରିମକୋର୍ଟର ଏକ ଗୁରୁତ୍ୱ ପୂର୍ଣ୍ଣ ଦିବସ, ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଏବଂ ପୂଜାପାଠ ଅଧିନିୟମ ଉପରେ ଶୁଣାଣି

Advertisement

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ୨ଟି ମାମଲାର ଶୁଣାଣି କରିବାକୁ ଯାଉଛି । ଏହି ପ୍ରସଙ୍ଗ ଗୁଡ଼ିକ ହେଉଛି ଜବରଦସ୍ତ ଧର୍ମ ପରିବର୍ତ୍ତନ ଏବଂ ପୂଜା ସ୍ଥଳ ପ୍ରସଙ୍ଗ । ଜବରଦଖଲ ରୂପାନ୍ତର ବିରୁଦ୍ଧରେ ଆଇନ ଦାବି କରି ଶୀର୍ଷ ଅଦାଲତରେ ଆବେଦନ କରାଯାଇଥିବା ବେଳେ ଅନ୍ୟପଟେ ପୂଜାପାଠ ଆଇନକୁ ଚ୍ୟାଲେଞ୍ଜ କରାଯାଇଛି ।୨୦୨୨ ମସିହା ନଭେମ୍ବର ୧୪ ତାରିଖରେ ପୂଜାପାଠ ଆଇନ ଉପରେ ସୁପ୍ରିମ କୋର୍ଟ ଶେଷ ଶୁଣାଣି କରିଥିଲା । ଏବଂ ଜବରଦସ୍ତ ଧର୍ମ ପରିବର୍ତ୍ତନ ପ୍ରସଙ୍ଗରେ ସେପ୍ଟେମ୍ବର ୫ତାରିଖରେ ଶେଷ ଶୁଣାଣି କରିଥିଲା ।

ତେବେ ପୂଜାସ୍ଥଳ କାନୁନର ଶୁଣାଣିକୁ ନେଇ ପ୍ରଧାନ ବିଚାରପତି ଡ଼ି.ୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ନରସିହ୍ନା ମଧ୍ୟରେ ପୂର୍ବ ରାଜ୍ୟସଭା ସାଂସଦ ସୁଭ୍ରମଣ୍ୟମ ସ୍ୱାମୀ ସମେତ ୬ଜଣ ତାଲିକାଭୁକ୍ତ କରି ଆବେଦନ କରିଥିଲେ । ୧୫ ଅଗଷ୍ଟ ୧୯୪୭ରେ ଧାର୍ମିକ ସ୍ଥଳର ସ୍ୱରୂପକୁ ବଦଳାଇବା ପାଇଁ ମକବ୍ଦମା କରାଯାଇପାରିବ ନାହିଁ ବୋଲି ଆଇନ କରାଯାଇଥିଲା ।

ପୂଜାପାଠ ଅଧିନିୟମ ସମ୍ବନ୍ଧୀୟ ଶେଷ ଶୁଣାଣିରେ କେନ୍ଦ୍ର ସରକାରଙ୍କ ନିକଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କଠାରୁ ଅଧିକ ସମୟ ମାଗିଥିଲେ। ସେ କହିଥିଲେ ଯେ, ମାମଲାର ବିଭିନ୍ନ ଦିଗକୁ ଦର୍ଶାଇ ଏକ ବିସ୍ତୃତ ଆଫିଡେଭିଟ୍ କେନ୍ଦ୍ର ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯିବ । କେନ୍ଦ୍ରର ଅନୁରୋଧ କ୍ରମେ ଡିସେମ୍ବର ୧୨ ସୁଦ୍ଧା କାଉଣ୍ଟର ଆଫିଡେଭିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୋର୍ଟ କହିଥିଲେ ଯେ, ସମସ୍ତ ମକଦ୍ଦମାକାରୀଙ୍କୁ ଏହି ଆଫିଡେଭିଟ୍‌ର କପି ପ୍ରଦାନ କରାଯିବା ଉଚିତ। ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁୟାରୀ୯, ୨୦୨୩ ରେ ହେବ।

Get real time updates directly on you device, subscribe now.