fbpx

କରୋନା ଅପଡେଟ,ପୁଣି ବାହାରିଲେ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କମୁଛି କରୋନା ଗ୍ରାଫ । ଦିନ କୁ ଦିନ ବଢିବାର ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୮୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪୮ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏହାବାଦ ୧୮ ବର୍ଷରୁ କମ ବୟସ ସୀମା ମଧ୍ୟରେ ୧୬୯ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୭୩୦୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ଜଣ,ବାଲେଶ୍ୱରରୁ ୯ ଜଣ,ବରଗଡ ଜିଲ୍ଳାରୁ ୩୦ ଜଣ,ଭଦ୍ରକ ଜିଲ୍ଲାରୁ୪ ଜଣ,ବଲାଙ୍ଗୀର ରୁ ୩୨ ଜଣ,ବୌଦ୍ଧରୁ ୧୦ଜଣ,କଟକରୁ ୨୦ଜଣ,ଦେଓଗଡରୁ ୬ଜଣ, ଢ଼େଙ୍କାନାଳରୁ୨ଜଣ,ଗଜପତିରୁ ୬ଟି,ଗଞ୍ଜାମରୁ୨ ଜଣ, ଜଗତସିଂପୁରର ୪ ଜଣ, ଯାଜପୁରରୁ ୧୪ ଜଣ, ଝାଡସୁଗୁଡାରୁ ୧୬ଜଣ,କଳାହାଣ୍ଡିରୁ ୨୫ ଜଣ,କନ୍ଧମାଳରୁ ୧୬ଜଣ, କେନ୍ଦ୍ରାପଡାରୁ ୭ଜଣ,ଖୋର୍ଦ୍ଧାରୁ ୧୧୭ ଜଣ,କୋରାପୁଟରୁ ୧୭ଜଣ,ମୟୁରଭଞ୍ଜରୁ ୫୫ ଜଣ,ନବରଙ୍ଗପୁରର ୩୩ ଜଣ,ନୟାଗଡରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି ।

 

ସେହିପରି ନୂଆପଡାରୁ ୨୧ ଜଣ,ପୁରୀରୁ ୭ ଜଣ, ରାୟଗଡାରୁ ୯ ଜଣ,ସମ୍ବଲପୁରର ୬୨ଜଣ, ସୋନପୁରର୧୪ ଜଣ,ସୁନ୍ଦରଗଡରୁ ୨୪୨ ଜଣ , ଷ୍ଟେଟପୁଲରୁ ୨୭ ଜଣ ଆକ୍ରାନ୍ତ ରହିଛନ୍ତି ।ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୬୧୮୧ ଟି ଆକ୍ଟିଭ କେସ ରହିଥିବା ବେଳେ ୧୩୦୧୯୩୦ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୨୭୪୪୬୪୨ ସାମ୍ପୁଲ ଟେଷ୍ଟ ହୋଇଛି ।

Get real time updates directly on you device, subscribe now.