fbpx

Today’s gold rate : ସୁନା ଦରରେ ଆସିଛି ବଡ଼ ଧାରଣର ପରିବର୍ତ୍ତନ, ଜାଣିନିଅନ୍ତୁ ଆପଣଙ୍କ ସହରରେ କେତେ ରହିଛି ଆଜିର ଦର

ଭୁବନେଶ୍ୱର : ଗତ କିଛି ଦିନ ହେବ ସୁନାର ଦର ହ୍ରାସ ପାଉଥିବା ବେଳେ ଆଜି ସୁନାର ଦାମରେ ସାମାନ୍ୟ ପରିବର୍ତ୍ତନ ଆସିଛି । ଆଜି ଭାରତୀୟ ବଜାରରେ ସୁନାର ଦାମ ସାମାନ୍ୟ ବଢିଯାଇଛି । ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଦର ଦଶ ଗ୍ରାମ ପ୍ରତି ୫୫,୩୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୩୨୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୩୦୦ ଟଙ୍କା ଓ ୬୦,୩୨୦ ଟଙ୍କା ହୋଇଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ଯଥାକ୍ରମେ ୫୫,୩୦୦ ଟଙ୍କା ଓ ୬୦,୩୨୦ ଟଙ୍କା ଥିବାର ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ୫୫,୪୫୦ ଟଙ୍କା ଓ ୬୦,୪୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ସୁନାର ଦର ୨୨ କ୍ୟାରେଟ ପ୍ରତି ୫୫,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ୬୦,୬୫୦ ଟଙ୍କା ଥିବା ଜଣା ପଡିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ଦାମ ଯଥାକ୍ରମେ ୫୫,୩୦୦ ଟଙ୍କା ଓ ୬୦,୩୨୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୬,୨୦୦ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.